ହାଡ଼ ଭଙ୍ଗା ଜାଡ ରେ ଥରୁଛି ରାଜ୍ୟ

ହାଡ଼ ଭଙ୍ଗା ଜାଡ ରେ ଥରୁଛି ରାଜ୍ୟ
Samaya Live News Picture
Published On

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ I ହାଡ଼ ଭଙ୍ଗା ଜାଡରେ ଥାରୁଛନ୍ତି ଲୋକେ I କେତେକ ସ୍ଥାନରେ କୋହୋଲା ପାଗ ସାଙ୍ଗକୁ ଘନ କୁହୁଡି ଲାଗି ରହିଛି । ପାଖାପାଖି ଏକ ସପ୍ତାହ ହେବ   ଅଧିକାଂଶ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ତେବେ ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେରେ ଘନ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି । ଯେଉଁଥିପାଇଁ ୫୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ଏପରିକି ଘନ କୁହୁଡ଼ି ଯୋଗୁଁ ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି।

ତେବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ। ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ ଶୀତ ରହିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ଅହେତୁକ ହ୍ରାସ ପାଇବା ସହିତ ଶୀତର ମାତ୍ରା ମଧ୍ୟ ବଢିବ। ଏପରିକି ନୂଆବର୍ଷ ଆରମ୍ଭ ଯାଏ ଶୀତ ଜାରି ରହିବ। ତେବେ ଜାନୁଆରୀ ୧୦ ପରେ ଶୀତର ପରିମାଣ କିଛି ମାତ୍ରାରେ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  

 ଶୁକ୍ରବାର ୧୦ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା। ୫.୭ ଡିଗ୍ରୀ ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା। କୋରାପୁଟରେ ୬ଡିଗ୍ରୀ, ଜି ଉଦୟଗିରିରେ ୬.୬, ଝାରସୁଗୁଡ଼ାରେ ୭.୨, ଦାରିଙ୍ଗବାଡ଼ିରେ ୮, ବୌଦ୍ଧରେ ୯.୪, ଚିପିଲିମା, ଅନୁଗୁଳ, ରାୟଗଡ଼ା ଓ ନବରଙ୍ଗପୁରରେ ୧୦ ଡିଗ୍ରୀ ରେକର୍ଡ ହୋଇଛି। କୋରାପୁଟରେ ସ୍ୱାଭାବିକଠାରୁ ୫.୨, ଅନୁଗୁଳରେ ୩.୫ ଓ ଭୁବନେଶ୍ୱରରେ ୧.୩ ଡିଗ୍ରୀ କମ୍ ରହିଥିବା ବେଳେ। ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪.୫ ଡିଗ୍ରୀ କମ୍ ରେକର୍ଡ ହୋଇଛି। 

Tags: