ସ୍ନାନ ଯାତ୍ରା ବୈଠକ; ନିଯୋଗ କହୁଛି ୧୫୦ ଦଇତା ସେବକଙ୍କୁ ଅନୁମତି ଦିଅ

Edited by Papu Mohanty ଭୁବନେଶ୍ୱର :ମେ ୨୫: ଜୁନ ୫ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୫୦ ଜଣ ଦଇତାପତି ସେବାୟତଙ୍କୁ ଅନୁମତି ଦେବା ପାଇଁ ଦଇତାପତି ନିଯୋଗ ଦାବି କରିଛି। ଏସମ୍ପର୍କରେ ଆଜି ବସିଥିବା ବୈଠକରେ ଦଇତା ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସ ମହାପାତ୍ର ଏହା କହିଛନ୍ତି। ଦାବି ଅନୁସାରେ ଜଗନ୍ନାଥଙ୍କ ପହଣ୍ଡି ପାଇଁ ୬୦, ବଳଭଦ୍ରଙ୍କ ପହଣ୍ଡି ପାଇଁ ୫୦, ଦେବୀ ସୁଭଦ୍ରାଙ୍କ ପହଣ୍ଡି ପାଇଁ ୩୦ ଏବଂ ସୁଦର୍ଶନଙ୍କ ପହଣ୍ଡି […]

Samaya Live Picture
Published On

Edited by Papu Mohanty

ଭୁବନେଶ୍ୱର :ମେ ୨୫: ଜୁନ ୫ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୫୦ ଜଣ ଦଇତାପତି ସେବାୟତଙ୍କୁ ଅନୁମତି ଦେବା ପାଇଁ ଦଇତାପତି ନିଯୋଗ ଦାବି କରିଛି। ଏସମ୍ପର୍କରେ ଆଜି ବସିଥିବା ବୈଠକରେ ଦଇତା ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସ ମହାପାତ୍ର ଏହା କହିଛନ୍ତି। ଦାବି ଅନୁସାରେ ଜଗନ୍ନାଥଙ୍କ ପହଣ୍ଡି ପାଇଁ ୬୦, ବଳଭଦ୍ରଙ୍କ ପହଣ୍ଡି ପାଇଁ ୫୦, ଦେବୀ ସୁଭଦ୍ରାଙ୍କ ପହଣ୍ଡି ପାଇଁ ୩୦ ଏବଂ ସୁଦର୍ଶନଙ୍କ ପହଣ୍ଡି ପାଇଁ ୧୦ ଜଣ ସେବାୟତଙ୍କର ଆବଶ୍ୟକତା ରହିଛି । ତେଣୁ ଏମାନଙ୍କୁ ଅନୁମତି ଦେବା ଲାଗି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି । ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଜି ଦଇତା ନିଯୋଗ ସହିତ ବିସ୍ତୃତ ଆଲୋଚନା କରିଥିଲା । ମହାପ୍ରଭୁଙ୍କ ଯାତ୍ରା କେମିତି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ବିଚାର ବିମର୍ଶ କରାଯିବା ବେଳେ ୧୫୦ ଦଇତାପତିଙ୍କୁ ଅନୁମତି ଦେବାକୁ ନିଯୋଗ ଦାବି ରଖିଛି । କେଉଁ ଦଇତାପତିମାନେ ସ୍ନାନଯାତ୍ରାରେ ଭାଗ ନେବେ ସେନେଇ ନିଯୋଗ ପକ୍ଷରୁ ଖୁବ ଶୀଘ୍ର ତାଲିକା ଦିଆଯିବ ଜଣାପଡିଛି ।