ସ୍କ୍ରବ୍ ଟାଇଫସ୍ କୁ ନେଇ ସ୍ୱାସ୍ଥ୍ୟ ବିଭାଗ ତତ୍ପର

ସ୍କ୍ରବ୍ ଟାଇଫସ୍ କୁ ନେଇ ସ୍ୱାସ୍ଥ୍ୟ ବିଭାଗ ତତ୍ପର
Samaya Live News Picture
Published On

ଭୁବନେଶ୍ବର  : ନୂଆ ସଙ୍କଟ ରୂପେ ଉଭା ହୋଇଛି ସ୍କ୍ରବ ଟାଇଫସ୍ । ରାଜ୍ୟରେ ବଢୁଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଂକ ସଂଖ୍ୟା । ନିୟନ୍ତ୍ରଣ ପାଇଁ ନିଆଯାଉଛି ପଦକ୍ଷେପ । ସ୍କ୍ରବ୍ ଟାଇଫସ୍ ଚିହ୍ନଟ ସ୍ଥାନକୁ ଯିବେ ଡାକ୍ତରୀ ଟିମ୍ । ସ୍କ୍ରବ୍ ଟାଇଫସ୍ ମାମଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯେଉଁ ସ୍ଥାନରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହେଉଛି, ସେଠାକୁ ଡାକ୍ତରୀ ଟିମ୍ ପଠାଯାଉଛି । ଆବଶ୍ୟକ ସ୍ଥଳେ ଚିକିତ୍ସା ଓ ନିରୀକ୍ଷଣ ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

ସ୍କ୍ରବ୍ ଟାଇଫସ୍‌ର ଚିକିତ୍ସା ଓ ନିୟନ୍ତ୍ରଣ ପାଇଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଛି। ରୋଗୀ ଚିହ୍ନଟ, ଚିକିତ୍ସା, ପ୍ରତିଷେଧକମୂଳକ ପଦକ୍ଷେପ ନେଇ ଗାଇଡଲାଇନ। ସ୍କ୍ରବ୍ ଟାଇଫସ୍ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ପଦକ୍ଷେପ ନିଆଯିବ। ରୋଗ ଚିହ୍ନଟ ହେଉଥିବା ଅଞ୍ଚଳରେ ମଧ୍ଯ ସଚେତନତା ଓ ନିୟନ୍ତ୍ରଣ ପଦକ୍ଷେପ ନେବୁ ।

ସ୍କ୍ରବ୍ ଟାଇଫସ୍ ଯେପରି ଅନ୍ୟ ଅଞ୍ଚଳକୁ ନବ୍ୟାପେ, ସେଥିପାଇଁ ପ୍ରତିରୋଧମୂଳକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ରୋଗ ଚିହ୍ନଟ ହେଉଥିବା ଅଞ୍ଚଳରେ ସର୍ଭେଲାନ୍ସ ବଢ଼ାଇବା ସହ ଆବଶ୍ୟକ ସଚେତନତା ଓ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସୂଚନାନୁସାରେ, ରାଜ୍ଯର ଅନୁଗୋଳ ପାଳଲହଡ଼ାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଚିନ୍ତା ବଢ଼ିଛି । ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଏହି ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଆଉ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି । ମୃତକ ଜଣକ ହେଉଛନ୍ତି ରଜଡଙ୍ଗ ଗାଁର ଉଷା ନାଏକ । ଏହାକୁ ମିଶାଇ ପାଳଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍‌ରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି । ରୋଗ ବ୍ୟାପୁ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଛି । ତେବେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ସେପଟେ, ବରଗଡ଼ ଅମ୍ବାପାଲି ଗାଁ ରେ ଜଣେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଂକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ ।

 

 

 

Tags: