ସୌମ୍ୟ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା

ସୌମ୍ୟ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା
Samaya Live News Picture
Published On

ଭୁବନେଶ୍ୱର :  ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ସ୍ବାଇଁ ହତ୍ୟା ମାମଲାରେ ୨ ଦିନିଆ ରିମାଣ୍ଡରେ ଆସିଲେ ୩ ଅଭିଯୁକ୍ତ । ପ୍ରଥମେ ପୁଲିସ ଦ୍ବାରା ଗିରଫ ହୋଇଥିବା ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଅଭିଯୁକ୍ତଙ୍କୁ ଦୁଇଦିନ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଲେ ଏସ୍‌ଡେଜେଏମ୍ କୋର୍ଟ । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଆଦାୟ ଲାଗି ସେମାନଙ୍କୁ ଅଣାଯାଇଛି । ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନେ ହେଲେ ସ୍କାଇଲାବ୍ ପତି, ବିସ୍ମୟ ମହାନ୍ତି ଓ ପଞ୍ଚାନନ ବଡ଼ଜେନା ।  ସେମାନଙ୍କୁ ଝାରପଡା ଜେଲରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାରେ କ୍ରାଇମବ୍ରାଞ୍ଚ ହେପାଜତକୁ ଅଣାଯାଇଛି। ଆସନ୍ତା ଦୁଇ ଦିନ ଧରି ସେମାନଙ୍କୁ ଘନଘନ ପଚରାଉଚରା କରାଯିବ ।

ପୂର୍ବରୁ ଏମାନଙ୍କୁ ମିଶାଇ ୧୧ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି । ଯେଉଁମାନେ ଧରାପଡ଼ି ନାହାନ୍ତି ସେମାନଙ୍କ ପାଖରେ ପହଞ୍ଚିବା ପାଇଁ, ଭିଡିଓ ଆଧାରରେ ପୋଲିସ ଚଢ଼ାଉ ଜାରି ରହିଛି । ସେପଟେ, ସୌମ୍ୟ ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ରାଜ୍ୟ ସରକାର । ଏହାପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ DGPଙ୍କୁ ବିସ୍ତୃତ ଚାର୍ଜସିଟ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

 

Tags: