ସିବିଏସଇ ଦ୍ୱାଦଶ ଶ୍ରେଣୀ ଖାତା ପୁନଃ ଯାଞ୍ଚ ପାଇଁ ଖୋଲିଲା ପୋର୍ଟାଲ୍

ସିବିଏସଇ ଦ୍ୱାଦଶ ଶ୍ରେଣୀ ଖାତା ପୁନଃ ଯାଞ୍ଚ ପାଇଁ ଖୋଲିଲା ପୋର୍ଟାଲ୍
Samaya Live News Picture
Published On

ନୂଆଦିଲ୍ଲୀ: ସିବିଏସଇ ଖାତା ପୁନଃ ଯାଞ୍ଚ ପାଇଁ ଖୋଲିଲା ପୋର୍ଟାଲ୍ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପୁନଃ ମୂଲ୍ୟାୟନ (Re-evaluation) ପୋର୍ଟାଲ ଖୋଲିଛି । ଯେଉଁ ଛାତ୍ରଛାତ୍ରୀ ନିଜ ମାର୍କରେ ସନ୍ତୁଷ୍ଟ ନାହାନ୍ତି, ସେମାନେ ଏବେ ଅନଲାଇନରେ ଆବେଦନ କରିପାରିବେ। ମାର୍କ ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପାଇଁ ଏହି ଲିଙ୍କ୍ ଆସନ୍ତା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ।

 ଗତକାଲିଠୁ ପୋର୍ଟାଲ୍ ଖୋଲିବାକୁ ଘୋଷଣା ହୋଇଥିଲେ ମଧ୍ୟ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତେବେ କାଲି ବିଳମ୍ବିତ ରାତିରେ ଏହାକୁ ଲାଇଭ୍ କରାଯାଇଛି । ତେବେ ଛାତ୍ରଛାତ୍ରୀମାନେ କିଭଳି ସହଜରେ ଆବେଦନ କରିପାରିବେ, ସେ ନେଇ ସିବିଏସଇ ପକ୍ଷରୁ ଏକ ସ୍ୱତନ୍ତ୍ର ସୂଚନାଭିତ୍ତିକ ଭିଡିଓ ମଧ୍ୟ ଜାରି କରାଯାଇଛି । ସିବିଏସଇର ଅଫିସିଆଲ୍ ପୁନଃ ମୁଲ୍ୟାୟନ ପୋର୍ଟାଲ ଖୋଲନ୍ତୁ, ପୋର୍ଟାଲ ଖୋଲିବା ପରେ ପ୍ରଥମେ ଲଗଇନ୍ କରନ୍ତୁ ଏବଂ କେଉଁ ବିଷୟରେ ପୁନଃ ମୁଲ୍ୟାୟନ କରିବେ ଚୟନ କରନ୍ତୁ। ଯେଉଁ ପରୀକ୍ଷାର୍ଥୀ ନିଜର ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇସାରିଛନ୍ତି, ସେମାନେ CBSE ର ଅଫିସିଆଲ୍ ପୋଷ୍ଟ-ରେଜଲ୍ଟ ପୋର୍ଟାଲ୍ ଜରିଆରେ Re-evaluation ପାଇଁ ଆପ୍ଲାଇ କରିପାରିବେ । ଛାତ୍ରଛାତ୍ରୀ ନିଜର ଆଇଡି-ପାସୱାର୍ଡ ଦେଇ ଲଗ୍-ଇନ୍ କରିପାରିବେ । ଯେଉଁ ନିର୍ଦ୍ଦିଷ୍ଟ ପ୍ରଶ୍ନ ବା ବିଷୟକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି, ତାହା ବାଛି ନିର୍ଦ୍ଧାରିତ ଫିସ୍ ଅନଲାଇନରେ ଜମା କରିପାରିବେ। 

Tags: