ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିମାନ ଯାତ୍ରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରିକଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦ । ଆଗକୁ ତିନି ଦିନିଆ ସାପ୍ତାହିକ ଛୁଟି ରହୁଥିବାରୁ ବିମାନ ବନ୍ଦରରେ ଭିଡ଼ ବଢିବ । ଶୁକ୍ରବାର ସରସ୍ବତୀ ପୂଜା ଏବଂ ଶନିବାର ସହିତ ରବିବାର ଏବଂ ସୋମବାର ଲମ୍ବା ଛୁଟି ରହୁଛି । ତେଣୁ ବୁଲାବୁଲି ପାଇଁ ଯିବେ ଯାତ୍ରୀ । ବିମାନ ବନ୍ଦରରେ ଭିଡ଼ ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଁଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗୁଆ ପହଁଚି ଚେକ୍-ଇନ୍ ପାଇଁ ପର୍ଯ୍ୟାପ୍ତ ସମୟ ଦେବା ସହିତ ସୁରକ୍ଷାକର୍ମୀଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି । 

ସମ୍ବନ୍ଧିତ ଖବର ନେତାଜୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

Tags: