ସମସ୍ତ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ
ଭୁବନେଶ୍ୱର : ଅଗଷ୍ଟ ୬:ଅହମ୍ମଦାବାଦ୍ର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି କେତେକ ଆକ୍ରାନ୍ତଙ୍କ ମୃତୁ୍ୟ ହେବା ପରେ ଓଡ଼ିଶା ସରକାର ଏ ଦିଗରେ ସଜାଗ ହୋଇଛନ୍ତି । ସତର୍କତା ମୁଳକ ପଦକ୍ଷେପ ସ୍ୱରୂପ କୋଭିଡ୍ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି କି ନାହିଁ ତଦାରଖ କରିବେ ଅଧିକାରୀ । ଏହି ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ୍ ମହାନ୍ତି । ଆସିଷ୍ଟାଣ୍ଟ ଫାୟାର ଅଫିସର ଓ ଡେପୁଟି ଫାୟାର ଅଫିସରମାନଙ୍କୁ ନିଜ […]
ଭୁବନେଶ୍ୱର : ଅଗଷ୍ଟ ୬:ଅହମ୍ମଦାବାଦ୍ର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି କେତେକ ଆକ୍ରାନ୍ତଙ୍କ ମୃତୁ୍ୟ ହେବା ପରେ ଓଡ଼ିଶା ସରକାର ଏ ଦିଗରେ ସଜାଗ ହୋଇଛନ୍ତି । ସତର୍କତା ମୁଳକ ପଦକ୍ଷେପ ସ୍ୱରୂପ କୋଭିଡ୍ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି କି ନାହିଁ ତଦାରଖ କରିବେ ଅଧିକାରୀ । ଏହି ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ୍ ମହାନ୍ତି । ଆସିଷ୍ଟାଣ୍ଟ ଫାୟାର ଅଫିସର ଓ ଡେପୁଟି ଫାୟାର ଅଫିସରମାନଙ୍କୁ ନିଜ ନିଜ ଅଂଚଳରେ ଥିବା କୋଭିଡ୍ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରର ଅଗ୍ନି ନିରାପତା ବ୍ୟବସ୍ଥାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠି ଠିକ୍ ବ୍ୟବସ୍ଥା ନଥିବ ସେଠିକାର ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଅହମ୍ମଦାବାଦ ସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ଜୀବନ ଯାଇଛି ।




