ଶ୍ରୀମନ୍ଦିରରେ ନୀତି ବିଭ୍ରାଟ, ରାତିସାରା ଅନିଦ୍ରା ରହିଲେ ମହାପ୍ରଭୁ

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ, ରାତିସାରା ଅନିଦ୍ରା ରହିଲେ ମହାପ୍ରଭୁ
Samaya Live News Picture
Published On

ପୁରୀ : ଶ୍ରୀ ମନ୍ଦିରରେ ପୁଣି ଠାକୁରଙ୍କ ନୀତି ବିଭ୍ରାଟ । ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ନହେବାରୁ ଶନିବାର ରାତି ସାରା ଅନିଦ୍ରା ରହିଥିଲେ ମହାପ୍ରଭୁ । ଶନିବାର ସାବିତ୍ରୀ ଅମାବାସ୍ୟା ଓ ସାଗର ବିଜେ ନୀତି ସହ ରହିଥିଲା ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡ଼ା । ରାତ୍ର ୮ଟା ୫ ସୁଦ୍ଧା ଜଳକ୍ରୀଡ଼ା ସାରି ବଡ଼ଦେଉଳ ବିଜେ କରିଥିଲେ ମଦନ ମୋହନ, ଶ୍ରୀଦେବୀ, ଭୂଦେବୀ । ପରେ ମଧ୍ୟାହ୍ନ ଧୂପ ହୋଇଥିଲା । ରାତ୍ର ପ୍ରାୟ ୧୨ଟା ୩୦ ବେଳକୁ ହୋଇଥିଲା ସନ୍ଧ୍ୟା ଧୂପ ନୀତି । ପରେ ପଣା ଭୋଗ, ଚନ୍ଦନ ଲାଗି ହୋଇ ବଡ଼ସିଂହାର ବେଶ ସରିବା ବେଳକୁ ପ୍ରତ୍ୟୁଷ ୪ଟା ୨୪ ହୋଇଯାଇଥିଲା। ଏହାପରେ ମହାପ୍ରଭୁଙ୍କ ପହୁଡ଼ ନୀତି କରାଯାଇ ନାହିଁ । ଆଗକୁ ନୀତି ତ୍ୱରାନ୍ୱିତ କରାଯିବା ସହ ମଙ୍ଗଳ ଆଳତି ନୀତି ବଢ଼ିଛି । ଭିତର ଚନ୍ଦନ ବେଳେ ଏପରି ନୀତି ବିଳମ୍ବ ହେବା ଶ୍ରଦ୍ଧାଳୁଙ୍କ ଉଦ୍ବେଗର କାରଣ ହୋଇଛି ।

 

 

Tags: