ଶନିଦେବଙ୍କୁ କପଡା ଘୋଡାଇ ମନ୍ଦିରରୁ ଲୁଟ

ଶନିଦେବଙ୍କୁ କପଡା ଘୋଡାଇ ମନ୍ଦିରରୁ ଲୁଟ
Samaya Live News Picture
Published On

ବାଲେଶ୍ୱର : ଶନି ମନ୍ଦିରରେ ଅଭାବନୀୟ ଦୃଶ୍ୟ । ଶନି ଦେବଙ୍କ ମୁହଁରେ କପଡ଼ା ଘୋଡ଼ାଇ ଲୁଟିନେଲେ ଚୋର । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳଗଡ଼ି ଗାଁରେ ଥିବା ଶନି ମନ୍ଦିର ଓ ହନୁମାନ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି । ଚୋରମାନେ ଉଭୟ ମନ୍ଦିରରୁ ଠାକୁରଙ୍କ ସମସ୍ତ ଗହଣା ଓ ଦାନ ବାକ୍ସରେ ଥିବା ଟଙ୍କା ନେଇ ଯାଇଛନ୍ତି । ଏହା ସହିତ ସେମାନେ ଯିବାବେଳେ ଗାଁରୁ ଦୁଇଟି ସାଇକେଲ ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି ।

ଆଜି ସକାଳେ ପୂଜକ ମନ୍ଦିରକୁ ଆସିବା ପରେ ଏହି ଅଭବନୀୟ ଦୃଶ୍ୟ ଦେଖିବାକୁ ପାଇଥିଲେ । ମନ୍ଦିରର ତାଲା ଭଙ୍ଗା ହୋଇଥିବା ବେଳେ ଠାକୁରଙ୍କ ହୁଣ୍ଡୀ ସହ ସୁନା ଗହଣା ଲୁଟି ନେଇଥିଲେ ଲୁଟେରା । ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ମନ୍ଦିରରୁ ଚୋରି ହୋଇଥିବା ନେଇ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।  

Tags: