ଲାଞ୍ଚ ଅଭିଯୋଗ ରେ ବରିଷ୍ଠ ରାଜସ୍ବ ସହାୟକ ନିଲମ୍ବିତ

ଲାଞ୍ଚ ଅଭିଯୋଗ ରେ ବରିଷ୍ଠ ରାଜସ୍ବ ସହାୟକ ନିଲମ୍ବିତ
Samaya Live News Picture
Published On

ଖଡ଼ିଆଳ : ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ବରିଷ୍ଠ ରାଜସ୍ବ ସହାୟକ କାର୍ଯ୍ୟରୁ ନିଲମ୍ବିତ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ୱ ସହାୟକ ମୋହନ ବାଗଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲ୍ଲାପାଳ ମଧୁସୂଦନ ଦାଶ । ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଏକ ଭିଡିଓରେ ସେ ଲାଞ୍ଚ ନେଉଥିବା ଦେଖାଯାଇଥିଲା । ଏହି ଘଟଣା ସମ୍ପର୍କରେ ଖଡ଼ିଆଳ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-କମ-ନିର୍ବାହୀ ଅଧିକାରୀଙ୍କ ପୃଥକ ରିପୋର୍ଟ ଆଧାରରେ ତୁରନ୍ତ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୋଗର ଗୁରୁତ୍ୱକୁ ବିଚାରକୁ ନେଇ ଏବଂ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବିତ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ (ଶ୍ରେଣୀକରଣ, ନିୟନ୍ତ୍ରଣ ଓ ଅପିଲ) ନିୟମାବଳୀ, ୧୯୬୨ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ ସେ ମୁଖ୍ୟାଳୟ ସିନାପାଲି ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଏବଂ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ନିର୍ଦେଶ ରହିଛି ।

Tags: