ଲଗାଣ ବର୍ଷାରେ ପୁଣି ଫୁଲିଲା ବୈତରଣୀ ଓ ସାଳନ୍ଦୀ ନଦୀ : ଆରଡି-ମତୋ ରାସ୍ତାର ଡିହସାହି ଛକରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ

ରିପୋର୍ଟ: ଉମାକଲ୍ୟାଣ ମହାପାତ୍ର ଭଦ୍ରକ/ଆରଡି:ଅଗଷ୍ଟ ୨୭:(ଜିପ୍ର/ସବୁ୍ୟ):ଚଳିତ ଲଗାଣ ବର୍ଷାରେ ଯୋଗୁଁ ଭଦ୍ରକ ଜିଲ୍ଲାର ଆରଡି ଓ ଆଖପାଖ ଅଞ୍ଚଳରେ ପୁଣି ଫୁଲି ଉଠିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଫଳରେ ଉପର ମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ଦୃତଗତିରେ ବୃଦ୍ଧି ପାଉଥିବାରୁ ବଡଧରଣ ବନ୍ୟା ହେବାର ଆଶଙ୍କା ଦେଖା ଦେଇଛି। ଏପରିକି ବୈତରଣୀ ନଦୀର ମୁଆଁ ନିକଟରେ ନଦୀବନ୍ଧ ଦୀର୍ଘଦିନ ହେବ ଧସି ଯାଇଥିବାରୁ ସେଠାରେ ନଦୀବନ୍ଧ ଏବେ ବିପଦଜନକ ଭାବେ ରହିଥିବା ସ୍ଥାନୀୟ ଲୋକ ପ୍ରକାଶ […]

Samaya Live Picture
Published On

ରିପୋର୍ଟ: ଉମାକଲ୍ୟାଣ ମହାପାତ୍ର

ଭଦ୍ରକ/ଆରଡି:ଅଗଷ୍ଟ ୨୭:(ଜିପ୍ର/ସବୁ୍ୟ):ଚଳିତ ଲଗାଣ ବର୍ଷାରେ ଯୋଗୁଁ ଭଦ୍ରକ ଜିଲ୍ଲାର ଆରଡି ଓ ଆଖପାଖ ଅଞ୍ଚଳରେ ପୁଣି ଫୁଲି ଉଠିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଫଳରେ ଉପର ମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ଦୃତଗତିରେ ବୃଦ୍ଧି ପାଉଥିବାରୁ ବଡଧରଣ ବନ୍ୟା ହେବାର ଆଶଙ୍କା ଦେଖା ଦେଇଛି। ଏପରିକି ବୈତରଣୀ ନଦୀର ମୁଆଁ ନିକଟରେ ନଦୀବନ୍ଧ ଦୀର୍ଘଦିନ ହେବ ଧସି ଯାଇଥିବାରୁ ସେଠାରେ ନଦୀବନ୍ଧ ଏବେ ବିପଦଜନକ ଭାବେ ରହିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ସେହିପରି ସାଳନ୍ଦୀ ନଦୀ ଶୀତଳପୁର ନିକଟରେ କୂଳ ଲଂଘି ଜନବସତି ଆଡକୁ ମାଡିବାରେ ଲାଗିଛି ବନ୍ୟାଜଳ। ଅନ୍ୟପଟେ ଦୀର୍ଘ ୭ଦିନ ହେବ ଆରଡି-ମତୋ ରାସ୍ତାର ପ୍ରାୟ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତିହିଡି ଓ ଚାନ୍ଦବାଲି ବ୍ଲକର ୧୦/୧୨ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଫଳରେ ନାନ୍ଦପୁର ପଞ୍ଚାୟତର ୬ଖଣ୍ଡ ଗାଁର ଲୋକ ଦୈନଦିନ ଆରଡି ପୀଠକୁ ବଜାର କରିବାକୁ ଆସୁଥିବା ଠପ ହୋଇଯାଇଛି। ସେହିପରି ରୋଗୀମାନଙ୍କୁ ସାଙ୍ଗିଭାର କରି ନେଉଥିବା ସ୍ଥାନୀୟ ଲୋକାମାନେ ପ୍ରକାଶ କରିଛନ୍ତି। ଏପଟେ ଆରଡି ଡିହସାହି ରାସ୍ତା ନିକଟରେ ବର୍ଷା ପାଣି ଠିକ ଭାବେ ନିଷ୍କାସିତ ହେଉନଥିବାରୁ ଆଣଣ୍ଠୁଏ ଉଚ୍ଚରୁ ବର୍ଷା ପାଣି ପ୍ରବାହିତ ହେଉଛି । ଯାହାପଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇ ପଡିଛି। ବିଶେଷକରି ବୈତରଣୀ ନଦୀରେ ଦେଖା ଦେଇଥିବା ପ୍ରଥମ ବନ୍ୟାଜଳ ଚାଷଜମିରୁ ନିଷ୍କାସିତ ହୋଇନଥିବା ବେଳେ ଏବେ ବୈତରଣୀ ନଦୀରୁ ଆସୁଥିବା ବନ୍ୟାଜଳ ଚଳିତବର୍ଷ ଚାଷକୁ ସମ୍ପୁର୍ଣ୍ଣ ଧୋଇ ନେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଉପର,ମୁଣ୍ଡରେ ବୈତରଣୀ ନଦୀର ବନ୍ୟାଜଳ ବଢୁଥିବାରୁ ନଦୀକୂଳିଆମାନେ ଆତଙ୍କିତ ହୋଇ ପଡିଛନ୍ତି। ବିଶେଷକରି ସୁନ୍ଦରପୁର, ଓଳଗ, ଷାଠିବାଙ୍କୁଡା, ବୋଡକ, ସନ୍ତରା, ପାଲଟପୁର, ସିଂହିପୁର ବାତୋଳ ଆଦି ଗାଁର ଲୋକାମନେ ଭୟରେ ନଦୀବନ୍ଧକୁ ଜଗି ରହିଛନ୍ତି।