ଲକ୍ଡାଉନ୍ କୋହଳ କିନ୍ତୁ ପଳେଇନି କରୋନା; ସତର୍କ ରହିବାକୁ ପରାମର୍ଶ ଦେଲେ ସିପି
Edited by Papu Mohanty ଭୁବନେଶ୍ୱର: ସହରରେ ଲକ୍ଡାଉନ୍ କୋହଳ ହୋଇଛି କିନ୍ତୁ ଏହାର ଅର୍ଥ ନୁହେଁ ଯେ କରୋନା ପଳାଇଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ କରୋନା ପ୍ରତି ନଜର ଅନ୍ଦାଜ ନକରି ସତର୍କ ରହିବା ପାଇଁ କହିଛନ୍ତି ଭୁବନେଶ୍ୱର-କଟକର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡଙ୍ଗୀ କହିଛନ୍ତି ବିଭିନ୍ନ କାରଣରୁ ଡକଡାଉନ୍କୁ କୋହଳ କରାଯାଇଛି । […]
Edited by Papu Mohanty
ଭୁବନେଶ୍ୱର: ସହରରେ ଲକ୍ଡାଉନ୍ କୋହଳ ହୋଇଛି କିନ୍ତୁ ଏହାର ଅର୍ଥ ନୁହେଁ ଯେ କରୋନା ପଳାଇଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ କରୋନା ପ୍ରତି ନଜର ଅନ୍ଦାଜ ନକରି ସତର୍କ ରହିବା ପାଇଁ କହିଛନ୍ତି ଭୁବନେଶ୍ୱର-କଟକର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡଙ୍ଗୀ କହିଛନ୍ତି ବିଭିନ୍ନ କାରଣରୁ ଡକଡାଉନ୍କୁ କୋହଳ କରାଯାଇଛି । ତେବେ ଏହାର ମାନେ ନୁହେଁ ଯେ କରୋନା ପଳାଇଛି । ତେଣୁ ସମସ୍ତେ ଲକ୍ଡାୁନ୍ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଶ୍ରୀ ଷଡଙ୍ଗୀ ନିବେଦନ କରିଛନ୍ତି । ସମସ୍ତେ ମାସ୍କ ପିନ୍ଧିବା ଉଚିତ୍ । ସାମାଜିକ ଦୂରତ୍ୱ ଓ ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା ଆଦି ପାଇଁ ସେ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି । କେବଳ ପୋଲିସ ଦେଖିଲେ ମାସ୍କ ପିନ୍ଧନ୍ତୁ ନାହିଁ ନିଜର ଓ ଅନ୍ୟର ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ । ଲୋକଙ୍କୁ ସଚେତନ କରିବା ପାଇଁ ମାଇକ୍ ପ୍ରଚାର ଜାରି ରହିଛି । କୌଣସି ବ୍ୟକ୍ତି ନିୟମ ପାଳନରେ ବ୍ୟତିକ୍ରମ କଲେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇଦେଇଛନ୍ତି ।




