ରାଜ୍ୟ ଚିହ୍ନଟ ହେଲେ ୨୫୧ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ କୁ ବୃଦ୍ଧି

ଭୁବନେଶ୍ୱର: ଜୁଲାଇ ୦୧: ୨୪ ଘଂଟାରେ, ଓଡ଼ିଶାରେ ଚିହ୍ନଟ ହେଲେ ୨୫୧ ଜଣ କରୋନା ସଂକ୍ରମିତ I ଗୋଟିଏ ଦିନରେ ଗଂଜାମ ରେ ସର୍ବାଧିକ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, କଟକ ରେ ୩୨, ଖୋର୍ଦ୍ଧା ରେ ୨୬, ନୟାଗଡ ରେ ୧୪, ପୁରୀ ରେ ୧୨, ବରଗଡ ରେ ୧୨, ମାଲକାନଗିରି ରେ ୧୦, ସୁନ୍ଦରଗଡ ରେ ୭, ଗଜପତି ରେ ୬, ମୟୁରଭଞ୍ଜ ରେ ୫, ଝାରସୁଗୁଡା ରେ ୫, ବଲାଙ୍ଗୀର […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୦୧: ୨୪ ଘଂଟାରେ, ଓଡ଼ିଶାରେ ଚିହ୍ନଟ ହେଲେ ୨୫୧ ଜଣ କରୋନା ସଂକ୍ରମିତ I ଗୋଟିଏ ଦିନରେ ଗଂଜାମ ରେ ସର୍ବାଧିକ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, କଟକ ରେ ୩୨, ଖୋର୍ଦ୍ଧା ରେ ୨୬, ନୟାଗଡ ରେ ୧୪, ପୁରୀ ରେ ୧୨, ବରଗଡ ରେ ୧୨, ମାଲକାନଗିରି ରେ ୧୦, ସୁନ୍ଦରଗଡ ରେ ୭, ଗଜପତି ରେ ୬, ମୟୁରଭଞ୍ଜ ରେ ୫, ଝାରସୁଗୁଡା ରେ ୫, ବଲାଙ୍ଗୀର ରେ ୪, ଦେଓଗଡ ରେ ୪, କେନ୍ଦ୍ରାପଡ଼ା ରେ ୪, ସମ୍ବଲପୁର ରେ ୨, ବାଲେଶ୍ୱର ରେ ୨, ଏବଂ ସୋନପୁର, ଯାଜପୁର ଓ ଅନୁଗୁଳ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏନଡିଆରଏଫ୍ ର ଜଣେ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
ସୂଚନା ଓ ଲୋକସମ୍ପର୍କ ବିଭାଗ ର ତଥ୍ୟ ଅନୁଯାଇ, ୨୦୮ ଜଣ କ୍ଵାରାଣ୍ଟIଇନ ରେ ଥିବା ଅବସ୍ଥାରେ ଚିହ୍ନଟ ହେଇଛନ୍ତି ଏବଂ ୪୩ ଜଣ ଲୋକାଲ contact case I
ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୧୬ କୁ ବୃଦ୍ଧି ପାଇଛି I