ରାଜ୍ୟରେ ସ୍ୱାଭାବିକ ହେବ ବସ୍ ଚଳାଚଳ ପ୍ରକ୍ରିୟା ଆରମ୍ଭ
By Papu Mohanty ଭୁବନେଶ୍ୱର : May 18: ଖୁବ୍ ଶୀଘ୍ର ରାଜ୍ୟ ଭିତରେ ବସ୍ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଶ୍ରୀ ବେହେରା କହିଛନ୍ତି ଏଥିପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେହିପରି ଆନ୍ତରାଜ୍ୟ ବସ୍ ଚଳାଚଳ ପାଇଁ ମଧ୍ୟ ବ୍ୟବସ୍ଥା ଆରମ୍ଭ ହୋଇଛି । ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା ହେବା ପରେ କେଉଁଠି ବସ୍ ଚାଲିବ ନଚାଲିବ ସେ ନିଷ୍ପତ୍ତି […]
By Papu Mohanty
ଭୁବନେଶ୍ୱର : May 18: ଖୁବ୍ ଶୀଘ୍ର ରାଜ୍ୟ ଭିତରେ ବସ୍ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଶ୍ରୀ ବେହେରା କହିଛନ୍ତି ଏଥିପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେହିପରି ଆନ୍ତରାଜ୍ୟ ବସ୍ ଚଳାଚଳ ପାଇଁ ମଧ୍ୟ ବ୍ୟବସ୍ଥା ଆରମ୍ଭ ହୋଇଛି । ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା ହେବା ପରେ କେଉଁଠି ବସ୍ ଚାଲିବ ନଚାଲିବ ସେ ନିଷ୍ପତ୍ତି ନେବାର ଅଧିକାର ରାଜ୍ୟ ସରକାରଙ୍କ ଉପରେ ଛାଡି ଦିଆଯାଇଛି । ପୂର୍ବ ନିୟମ ଅନୁସାରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ ଆରମ୍ଭ ହେବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି । ତେବେ କେଉଁ ତାରିଖରୁ ବସ୍ ଚାଲିବ ସେ ନେଇ ମନ୍ତ୍ରୀ କିଛି ସ୍ପଷ୍ଟ କରିନାହାଁନ୍ତି ।




