ରାଜଧାନୀରେ ବିଭତ୍ସ ହତ୍ୟା

ରାଜଧାନୀରେ ବିଭତ୍ସ ହତ୍ୟା
Samaya Live News Picture
Published On

ଭୁବନେଶ୍ୱର : ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ କେଳୁ ଚରଣ ପାର୍କ ନିକଟରେ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ନିର୍ମମ ହତ୍ୟା କରାଯାଇଛି । ପରକୀୟା ପ୍ରୀତି ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ସୂଚନା ମିଳିଛି । ମୃତକ ହେଲେ ସୁଶୀଲ କୁମାର ସିଂହ (୫୫) ଏବଂ ଅଭିଯୁକ୍ତ ହେଲେ, ନୀଳକଣ୍ଠ ମହାନ୍ତି (୪୫) । ଉଭୟେ ମଞ୍ଚେଶ୍ୱର ଥାନା ଗାଡ଼କଣ ସାଇ ବିହାର ଅଞ୍ଚଳରେ ରହୁଥିଲେ ।

ସୂଚନାନୁସାରେ, ଓମ ସାଇବିହାର ଆପାର୍ଟମେଣ୍ଟରେ ଉଭୟେ ସୁଶୀଲ ସିଂ ଏବଂ ନୀଳକଣ୍ଠ ମହାନ୍ତି ରହୁଥିଲେ । ସୁଶୀଲ ସିଂ ସେହି ଆପାର୍ଟମେଣ୍ଟରେ ସଭାପତି ଥିବାବେଳେ ତାଙ୍କର ନୀଳକଣ୍ଠ ମହାନ୍ତିଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ଥିବା ନେଇ ସନ୍ଦେହ କରୁଥିଲେ ନୀଳକଣ୍ଠ । ଏନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହା ପରେ ନୀଳକଣ୍ଠ ଏବଂ ତାଙ୍କ ସ୍ତ୍ରୀ ୨ ମାସ ହେବ ଅଲଗା ରହୁଥିଲେ । ଉଭୟଙ୍କ ମଧ୍ଯରେ ଗଣ୍ଡଗୋଳ ନେଇ ପୂର୍ବରୁ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ଆଜି ସକାଳ ୧୦ଟା ବେଳେ ସୁଶୀଲ ସିଂ ମନ୍ଦିରରୁ ଫେରୁଥିବାବେଳେ ଅଭିଯୁକ୍ତ ନୀଳକଣ୍ଠ ମହାନ୍ତି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରି ଘର ଭିତରେ ପଶି ଯାଇଥିଲା । ଏହାପରେ ମାରଣାସ୍ତ୍ରକୁ ଧୋଇ ସଫା କରି ଦେଇଥିଲା । ପୂର୍ବ ଶତ୍ରୁତା କାରଣରୁ ଏପରି କାଣ୍ଡ କରିଥିବା ଅନୁମାନ କରାଯାଉଛି  । ମଞ୍ଚେଶ୍ୱର ଥାନା ପୋଲିସ  ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । 

 

Tags: