ରଜ ଦୋଳି ଉପରକୁ କାର ମାଡିଯାଇ ୨ଶିଶୁ ଗୁରୁତର

ରଜ ଦୋଳି ଉପରକୁ କାର ମାଡିଯାଇ ୨ଶିଶୁ ଗୁରୁତର
Samaya Live News Picture
Published On

କେନ୍ଦ୍ରାପଡ଼ା: ନିମିଷକେ ଉଭେଇ ଗଲା ରଜ ମଉଜ । ଆଜି ରଜ ସଂକ୍ରାନ୍ତି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର । ଦୋଳି ଉପରେ ଏକ ବୋଲେରୋ ମାଡିଯିବାରୁ ୨ଶିଶୁ ଗୁରୁତର ହୋଇଛନ୍ତି । ଏହି ଅଘଟଣ ପରେ ସେଠାରେ ଦୁଃଖର ଛାୟା ଖେଳିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ୨ଶିଶୁଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ଦୁର୍ଘଟଣାପରେ ଡ୍ରାଇଭର ବୋଲେରୋ ଛାଡି ଫେରାର ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅଧୀନରେ ଥିବା ତଣର ଗାଁରେ ସୋମବାର ସକାଳ ପ୍ରାୟ ୯ଟା ସମୟରେ ଏହି ଅଘଟଣ ଘଟିଛି। ଗାଁର ପିଲାମାନେ ଖୁସିମନରେ ଦୋଳି ଖେଳୁଥିବା ସମୟରେ ହଠାତ୍ ଏକ ବୋଲେରୋ ଭାରସାମ୍ୟ ହରାଇ ସିଧାସଳଖ ଦୋଳିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ରାଧିକା ଦାସ ଏବଂ ରାହୁଲ ଦାସ ନାମକ ଦୁଇ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ସେଠାରେ ଉପସ୍ଥିତ ଥିବା ଅନ୍ୟ କିଛି ପିଲା ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଆହତ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Tags: