ମ୍ୟାଚ୍‌ ପାଇଁ ସ୍ୱତନ୍ତ୍ର 'ଆମ ବସ୍‌' ସେବା ଯୋଗାଇବ କ୍ରୁଟ

ମ୍ୟାଚ୍‌ ପାଇଁ ସ୍ୱତନ୍ତ୍ର 'ଆମ ବସ୍‌' ସେବା ଯୋଗାଇବ କ୍ରୁଟ

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉତ୍ସାହ । ଆଜି ସନ୍ଧ୍ୟାରେ ବାରବାଟୀରେ ବିଗ୍‌ ଫାଇଟ ଦେଖିବାକୁ ମିଳିବ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ତେବେ ଦର୍ଶକଙ୍କ ପାଇଁ  କଟକ ସହରକୁ ପ୍ରତି ୨୦ ମିନିଟ ବ୍ୟବଧାନରେ ବସ ସେବା ଯୋଗାଇ ଦେଇଛି କ୍ରୁଟ I  କ୍ରିକେଟ୍ ପ୍ରେମୀଙ୍କ ପାଇଁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଦୁଇଟି ସ୍ୱତନ୍ତ୍ର ରୁଟ୍ ସହିତ ବସ୍ ସେବା ଚଳାଇଛି।

ସମ୍ବନ୍ଧିତ ଖବର ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

କେବଳ ମ୍ୟାଚ୍ ଦିନ ୨୦ ମିନିଟ୍ ବ୍ୟବଧାନରେ ଉପଲବ୍ଧ ହେବ। ଏନେଇ କ୍ରୁଟ ପକ୍ଷରୁ ପୋଷ୍ଟ କରାଯାଇଛି। ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ୍ ବସ୍ ସେବା ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇ କଟକ ବାରବାଟୀ ଷ୍ଟାଡ଼ିୟମ ଯାଏଁ ଗଡ଼ିବ।କଟକ ରେଳ ଷ୍ଟେସନରୁ ସିଏନ୍‌ଟି ଏବଂ ବାରବାଟୀ ଷ୍ଟାଡ଼ିୟମ ଅଞ୍ଚଳରେ ଜନଗହଳିର ବାସ୍ତବ ପରିସ୍ଥିତିକୁ ଆଧାର କରି ବସ୍ ଚଳାଚଳର ବ୍ୟବସ୍ଥା ହୋଇଛି । ମ୍ୟାଚ୍ ପୂର୍ବରୁ ଅପରାହ୍ନ ୪ଟାରେ କଟକ ରେଳ ଷ୍ଟେସନରୁ ସଟଲ୍ ସେବା ଆରମ୍ଭ ହେବ। ମ୍ୟାଚ୍ ଶେଷ ପରେ, ଟ୍ରାଫିକ୍ ପ୍ରବାହକୁ ଧ୍ୟାନରେ ରଖି ବାରବାଟୀ ଷ୍ଟାଡିୟମରୁ ସଟଲ୍ ବସ୍ ସେବା ଜାରୀ ରହିବ।

ସମ୍ବନ୍ଧିତ ଖବର ସିଏମସି ପାଇଁ ୧୨ ଶହ ୬୮ କୋଟି ଟଙ୍କାର ବଜେଟ

Tags: