ମେ ୨୯ ରେ ଓଟିଇଟି ପରୀକ୍ଷା ମାର୍ଚ୍ଚ ୨୬ରୁ ଆବେଦନ

ମେ ୨୯ ରେ ଓଟିଇଟି ପରୀକ୍ଷା ମାର୍ଚ୍ଚ ୨୬ରୁ ଆବେଦନ
Samaya Live News Picture
Published On

 କଟକ : ମେ ୨୯ରେ ଅନୁଷ୍ଠିତ ହେବ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)। ଏ ନେଇ ସୋମବାର ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ପକ୍ଷରୁ ପ୍ରବେଶିକା ପରୀକ୍ଷାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପେପର-୧ ଏବଂ ଅପରାହ୍ଣ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ପେପର-୨ରେ ଆଶାୟୀମାନେ ପରୀକ୍ଷା ଦେବେ । ଏଥିପାଇଁ ଆସନ୍ତା ୨୬ ତାରିଖ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ । ମେ ୧୫ରେ ବୋର୍ଡ ୱେବସାଇଟ୍‌ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ ବୋଲି ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।

 

 

 

Tags: