ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ୯୫ ପ୍ରତିଶତ ଟିକା ମଗାଇଛନ୍ତି

ଭୁବନେଶ୍ୱର: ଜୁଲାଇ ୧୬: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ସମ୍ବନ୍ଧରେ ସମୀକ୍ଷା ବୈଠକ କରିଛନ୍ତି। ସେହି ରାଜ୍ୟଗୁଡ଼ିକ ହେଲା- ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା, ମହାରାଷ୍ଟ୍ର ଏବଂ କେରଳ। ବୈଠକରେ କୋଭିଡ ଟିକାର ବିକାଶକରଣ ଓ ପ୍ରାଥମିକତା ବିଷୟ ଆଲୋଚନା କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ୯୫ ପ୍ରତିଶତ କୋଭିଡ ଟିକା ମଗାଇଛନ୍ତି। କେନ୍ଦ୍ର ରାଜ୍ୟର ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଏବଂ ବଳକା […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୧୬: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ସମ୍ବନ୍ଧରେ ସମୀକ୍ଷା ବୈଠକ କରିଛନ୍ତି। ସେହି ରାଜ୍ୟଗୁଡ଼ିକ ହେଲା- ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା, ମହାରାଷ୍ଟ୍ର ଏବଂ କେରଳ। ବୈଠକରେ କୋଭିଡ ଟିକାର ବିକାଶକରଣ ଓ ପ୍ରାଥମିକତା ବିଷୟ ଆଲୋଚନା କରାଯାଇଛି।
ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ୯୫ ପ୍ରତିଶତ କୋଭିଡ ଟିକା ମଗାଇଛନ୍ତି। କେନ୍ଦ୍ର ରାଜ୍ୟର ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଏବଂ ବଳକା ୭୫ ପ୍ରତିଶତ ସରକାରୀ ହସ୍ପିଟାଲକୁ ଯୋଗାଉଛନ୍ତି। ଏଣୁ ଘରୋଇ ହସ୍ପିଟାଲକୁ ୫ ପ୍ରତିଶତ ଟିକା ଦିଆଯାଇ ବଳକା ୯୫ ପ୍ରତିଶତ ଟିକା ସରକାରୀ ହସ୍ପିଟାଲକୁ ଯୋଗାଇ ଦିଆଗଲେ ରାଜ୍ୟରେ ଟିକାର ସଠିକ୍‌ ଆବଣ୍ଟନ ହୋଇପାରିବ । ତୃତୀୟ କରୋନା ଲହରରେ ୧୨ରୁ ୧୮ ବର୍ଷ ପିଲା ଅଧିକ ସଂକ୍ରମିତ ହେବାର ଆଶା ରହିଛି। ଏଣୁ ଯଥାଶୀଘ୍ର ପିଲାଙ୍କୁ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଉ।
କୋଭିଡରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କଠାରେ ଦେଖାଯାଉଥିବା ସମସ୍ୟାର ସମାଧାନ କିପରି ଭାବେ କରାଯାଉଛି ଏହାର ମଧ୍ୟ ଆଲୋଚନା କରାଯାଇଛି।