ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆଜି ପୁରୀ ଠାରେ ଆୟୋଜିତ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ତ୍ରୈବାର୍ଷିକ ଅଧିବେଶନରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ପ୍ରଥମେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଭିତରେ ପ୍ରାୟ ୨୦ ମିନିଟ ଯାଏଁ ରହିଥିଲେ ଶ୍ରୀ ପ୍ରଧାନ । ଫେରିବା ବେଳେ ବାଇଶି ପାହାଚରେ ଧର୍ମେନ୍ଦ୍ରଙ୍କୁ ନୀଳଚକ୍ରରେ ଲାଗି ପତାକା ପ୍ରଦାନ କରିଥିଲେ ସେବାୟତ । ପରେ ସିଂହଦ୍ବାର ଉପରେ ବିରାଜିତ ମା ଗୁମୁଟ ଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । ତାଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୁରୀ ଏସପି ଉପସ୍ଥିତ ଥିଲେ। 

ସମ୍ବନ୍ଧିତ ଖବର ଜଙ୍ଗଲ ନିଆଁ ଲିଭାଇବା ପାଇଁ ବ୍ୟବହାର ହେବ ମିନି ଡ୍ରୋନ୍‌

କେନ୍ଦ୍ର ଶିକ୍ଷାମନ୍ତ୍ରୀ ବଗଲା ଧର୍ମଶାଳା ପରିସରରେ ଚାଲିଥିବା ୩ଦିନିଆ ଭାରତୀୟ ମଜଦୂର ସଂଘର ୨୧ତମ ଜାତୀୟ ସମ୍ମିଳନୀରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଛନ୍ତି । ସମ୍ମିଳନୀରେ ଭାରତର ୨୮ଟି ରାଜ୍ୟ ,୪ ଟି କେନ୍ଦ୍ର ଶାସିତ ଅଞ୍ଚଳ ,୪୨ ଟି ଶିଳ୍ପ ଫେଡେରେସନର ପ୍ରତିନିଧିତ୍ଵ କରୁଥିବା ସମଗ୍ର ଭାରତରୁ ୨୫୦୦ ପ୍ରତିନିଧି ଯୋଗ ଦେଇଛନ୍ତି । 

ସମ୍ବନ୍ଧିତ ଖବର ୧୦ ସରକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଏହି ସମୟରେ ଶ୍ରମିକମାନଙ୍କୁ ଦେଶ ଗଠନର ମୁଖ୍ୟ ଆଧାରଶିଳା ଭାବେ ଅଭିହିତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଆଦର୍ଶରେ 'ଶ୍ରମର ସମ୍ମାନ' ପାଇଁ ଭାରତୀୟ ମଜଦୁର ସଂଘ ସର୍ବଦା ସମର୍ପିତ । ସଂଗଠନ ନିଜର ପ୍ରତିଷ୍ଠା କାଳରୁ ରାଷ୍ଟ୍ରହିତ, ଶ୍ରମିକ କଲ୍ୟାଣ ଏବଂ 'ଆତ୍ମନିର୍ଭର ଭାରତ'ର ସଂକଳ୍ପ ସହିତ କାର୍ଯ୍ୟ କରି ଶ୍ରମିକମାନଙ୍କ ଅଧିକାର, ମର୍ଯ୍ୟାଦା ଓ ସାମାଜିକ ନ୍ୟାୟକୁ ସୁଦୃଢ଼ କରିବାରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛି । ଶ୍ରମଶକ୍ତିକୁ ସସମ୍ମାନ ଜୀବନ ଦେଲେ ଅର୍ଥନୀତି ଦୁଇଗୁଣିତ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଅନେକ ବର୍ଷ ପରେ ଶ୍ରମିକଙ୍କ ପାଇଁ 'ସର୍ବନିମ୍ନ ମଜୁରୀ' ବୃଦ୍ଧି କରିଛନ୍ତି। ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ଥିବା ୨୫ ଲକ୍ଷ ସହାୟିକା, ଅଙ୍ଗନବାଡି ତଥା ଆଶା ଦିଦିଙ୍କ କଲ୍ୟାଣ ଦିଗରେ ସରକାର ନିରନ୍ତର କାମ କରୁଛନ୍ତି।

ସମ୍ବନ୍ଧିତ ଖବର ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ

 

Tags: