ଭୁବନେଶ୍ୱରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ସାଲିଆସାହିକୁ ନେଇ ଚିନ୍ତା
ଭୁବନେଶ୍ୱର : ଜୁନ ୬: ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ଆଉ ୫ ପଜେଟିଭ୍ । ଏହି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) । ଆକ୍ରାନ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋମ କ ୍ୱାରେଣ୍ଟାଇନରେ ଥିଲେ । ଆଉ ଜଣେ ଆକ୍ରାନ୍ତ ଗଜପତି ନଗରର । ଏହା ଲୋକାଲ କେସ୍ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହୋଇଛି । ଏହା ମଧ୍ୟରେ ଆକଫିଭ କେସ୍ ରହିଛି ୩୨ […]
ଭୁବନେଶ୍ୱର : ଜୁନ ୬: ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ଆଉ ୫ ପଜେଟିଭ୍ । ଏହି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) । ଆକ୍ରାନ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋମ କ ୍ୱାରେଣ୍ଟାଇନରେ ଥିଲେ । ଆଉ ଜଣେ ଆକ୍ରାନ୍ତ ଗଜପତି ନଗରର । ଏହା ଲୋକାଲ କେସ୍ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହୋଇଛି । ଏହା ମଧ୍ୟରେ ଆକଫିଭ କେସ୍ ରହିଛି ୩୨ । ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ଚିନ୍ତାର କାରଣ ହୋଇଛି । ଶୁକ୍ରବାର ଗୋଟିଏ ଦିନରେ ଏଠାରୁ ୧୩ ଜଣ ଚିହ୍ନଟ ହୋଇଥିଲା ବେଳେ ସେଥି ମଧ୍ୟରେ ୬ଜଣ ସଂକ୍ରମିତ ଥିଲେ । ତେବେ ସାଲିଆସାହିକୁ ନେଇ ଏବେ ଅଡୁଆରେ ପଡିଛନ୍ତି ସରକାର । ଏଠାରେ ଜଣେ ପଜେଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି । ମୁମ୍ବାଇର ଧରାବୀ ଭଳି ପରିସ୍ଥିତି କାଳେ ସୃଷ୍ଟି ହେବ ସେଥିପାଇଁ ପ୍ରଶାସନ ସଜାଗ ହୋଇଛି । ବିଏମସିର ସୂଚନା ଅନୁଯାୟୀ, ମାସକ ତଳେ ସ୍ୱାମୀଙ୍କ ସହିତ ସାଲିଆସାହିରୁ ପଜେଟିଭ୍ ଚିହ୍ନଟ ହୋଇଥିବା ମହିଳା ଗୁଜରାଟରୁ ଆସି ହୋମ୍ କ ୍ୱାରେଣ୍ଟିନରେ ଥିଲେ । ସେତେବେଳେ ରିପୋର୍ଟ ନେଗେଟିଭ୍ ଥିଲା କି;ୁ ମାସକ ପରେ ପଜିଟିଭ୍ ଆସିଛି । ସଂପୃକ୍ତ ମହିଳାଙ୍କ ପରିବାର ଲୋକେ ଘର ନିକଟରେ ହାଣ୍ଡିଆ ବିକୁଥିବାରୁ ବସ୍ତିବାସିନ୍ଦାଙ୍କ ମନରେ ଭୟ ଖେଳିଯାଇଛି । ଘଟଣା ପରଠୁ ଆକ୍ରାନ୍ତଙ୍କ କଣ୍ଟାକଫ ଟ୍ରେସିଂ ସହ ଆଖାପାଖରେ ୩୫ ପରିବାରକୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ଷଣବିହୀନ ମାମଲା ଥିବାରୁ ଗୋଷ୍ଠୀ ସଂକ୍ରମଣ ନେଇ ଭୟଭୀତ ହେବାର କାରଣ ନାହିଁ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।




