ଭିଡିଓ କନଫରେନ୍ସିଂରେ କୁଳପତିଙ୍କ ବୈଠକ; ଜୁନ୍‌ ୨୦ରୁ ଯୁକ୍ତତିନି ଫାଇନାଲ ସେମିଷ୍ଟର

Edited By Papu Mohanty ଭୁବନେଶ୍ୱର(ସବୁ୍ୟ): 06/05/:ଆସନ୍ତା ଜୁନ୍‌ ୨୦ ତାରିଖରୁ ଯୁକ୍ତତିନି ଫାଇନାଲ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ । ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ ତିନି ମହାବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏହି ଯୁକ୍ତ ୩ର ଷଷ୍ଠ ସେମିଷ୍ଟର(ଫାଇନାଲ) ପରୀକ୍ଷା ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ । ଆସନ୍ତା ଅଗଷ୍ଟ ୩୧ ତାରିଖ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଆସନ୍ତାକାଲି (ଗୁରୁବାର)ଠାରୁ ସମସ୍ତ […]

Samaya Live Picture
Published On

Edited By Papu Mohanty

ଭୁବନେଶ୍ୱର(ସବୁ୍ୟ): 06/05/:ଆସନ୍ତା ଜୁନ୍‌ ୨୦ ତାରିଖରୁ ଯୁକ୍ତତିନି ଫାଇନାଲ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ । ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ ତିନି ମହାବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏହି ଯୁକ୍ତ ୩ର ଷଷ୍ଠ ସେମିଷ୍ଟର(ଫାଇନାଲ) ପରୀକ୍ଷା ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ । ଆସନ୍ତା ଅଗଷ୍ଟ ୩୧ ତାରିଖ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଆସନ୍ତାକାଲି (ଗୁରୁବାର)ଠାରୁ ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟ ପରିଚାଳନା ଲାଗି ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲାଯିବାକୁ ନିଷ୍ପତି ନିଆଯାଇଛି ।
ବୁଧବାର ଲୋକସେବା ଭବନରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ କୁଳପତିମାନେ ସାମିଲ ହୋଇଥିଲେ । କୋଭିଡ୍‌-୧୯ ସଂକ୍ରମଣର ମୁକାବିଲା ନିମନ୍ତେ ଦେଶ ସମେତ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ବିଭିନ୍ନ ପରୀକ୍ଷା ପରିଚାଳନା, ଫଳ ପ୍ରକାଶ, ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତର(ପିଜି) ଶ୍ରେଣୀର ଚତୁର୍ଥ ସେମିଷ୍ଟର (ଫାଇନାଲ୍‌) ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ସେପେଫମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଡଃ. ସାହୁ କହିଛନ୍ତି ।
ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ଯୁକ୍ତ ୩ ଶ୍ରେଣୀର ଷଷ୍ଠ ସେମିଷ୍ଟର ପରୀକ୍ଷା ନିମନ୍ତେ ପରୀକ୍ଷା ସୂଚୀ ସ୍ଥିର କରି ଛାତ୍ରଛାତ୍ରୀଙ୍କୁ ଆଗୁଆ ଜଣାଇବା ପାଇଁ କୁହାଯାଇଛି । ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତର(ପିଜି) ଶ୍ରେଣୀର ଚତୁର୍ଥ ସେମିଷ୍ଟର ପରୀକ୍ଷା ଲାଗି ବିସ୍ତୃତ ସୂଚୀ ପ୍ରକାଶ କରିବେ । ଚଳିତ ବର୍ଷ ସ୍ନାତକୋତର ଶ୍ରେଣୀର ନାମଲେଖା ନିମନ୍ତେ ଏକକ ପ୍ରବେଶିକା ପରୀକ୍ଷା ହେବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଅନଲାଇନ୍‌ ଏବଂ ଇ-ଲର୍ଣ୍ଣିଂ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏକ ବ୍ଲì-ପ୍ରିଣଫ ପ୍ରସ୍ତୁତ କରାଯିବ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ସହଜରେ ଉନ୍ନତମାନର ଷ୍ଟଡି ମ୍ୟାଟେରିଆଲ ମିଳିପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରି ସ୍ଥିତି ସଂପର୍କରେ ତର୍ଜମା କରି ନିଷ୍ପତି ଗ୍ରହଣ କରାଯିବ । ଏହି ବୈଠକରେ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ଉକିଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଓଡିଶା ମୁକ୍ତ ବିଶ୍ୱବିଦ୍ୟାାୟର କୂଳପତି ଉପସ୍ଥିତ ଥିବା ବେଳେ ଅନ୍ୟ ବିଶ୍ୱବିଦ୍ୟାଳୟ କୁଳପତିମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।