ଭଣ୍ଡ ତାନ୍ତ୍ରିକ ଗିରଫ

ଭଣ୍ଡ ତାନ୍ତ୍ରିକ ଗିରଫ
Samaya Live News Picture
Published On

ଗଞ୍ଜାମ : ସୋସିଆଲ ମିଡିଆରେ ଝଡା ଫୁଙ୍କା ଭିଡିଓ ଭାଇରାଲ କରି ଭଣ୍ଡ ତାନ୍ତ୍ରିକ ଗିରଫ । ଭିଡିଓରେ ଜଣେ ଯୁବତୀଙ୍କୁ ଝଡା ଫୁଙ୍କା କରୁଥିବା ଦେଖାଯାଇଥିଲା । ଏପରିକି ତାନ୍ତ୍ରିକ ଜଣକ ମଶାଣିରେ ତନ୍ତ୍ରମନ୍ତ୍ର କରି ମହିଳାଙ୍କ ଦେହରୁ ଭୂତ ଛଡ଼ାଉଥିବା ଦାବି କରୁଥିଲେ । ଘଟଣା କରିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଡି. ସିଙ୍ଗିପୁର ଗାଁର ଏବଂ ଭଣ୍ଡ ତାନ୍ତ୍ରିକ ହେଲେ ସେହି ଗାଁ ର କ୍ରିଷ୍ଣା କୁମାର ମୁନି । ସୋସିଆଲ ମିଡିଆରେ ଗୁଣିଗାରେଡ଼ି ଏବଂ ତନ୍ତ୍ର ସାଧନାର ଭିଡିଓ ଭାଇରାଲ ହେବା ପରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ତନ୍ତ୍ରମନ୍ତ୍ରରେ ବ୍ୟବହୃତ କିଛି ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ପ୍ରାୟ ୫ ବର୍ଷ ଧରି ଗାଁରେ ଏକ କୁଡ଼ିଆ ଘର କରି ତନ୍ତ୍ର ସାଧନା କରୁଥିଲେ । ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓ ଦେଖି ଦୂରଦୂରାନ୍ତରୁ ବହୁ ମାନସିକ ରୋଗୀ ତାନ୍ତ୍ରିକ ପାଖକୁ ଆସୁଥିଲେ । ମାନସିକ ସମସ୍ୟାରେ ପୀଡ଼ିତ ଲୋକଙ୍କୁ ଭୂତ ଲାଗିଥିବା କହି ଝଡ଼ାଫୁଙ୍କା ଆଳରେ ଠକୁଥିଲେ ତାନ୍ତ୍ରିକ। ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବ ପାରେ ତାଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । 

 

 

Tags: