ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲ ଉପରେ ପୁନଃବିଚାର ହେବ
ଭୁବନେଶ୍ୱର : ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ଉପରେ ହେବ ପୁନଃ ବିଚାର । ଚଳିତ ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ଉପରେ ପୁଣି ଥରେ ତର୍ଜମା କରାଯିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ବର୍ଦ୍ଧିତ ଦରମା ସମ୍ପର୍କରେ ପୁନଃବିଚାର ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ। ଆସନ୍ତା ବଜେଟ ଅଧିବେଶନରେ ପୁନଃବିଚାର ହୋଇ ବିଲ ପାରିତ ହୋଇପାରେ । କିଛି କମ ହୋଇପାରେ ବିଧାୟକଙ୍କ ଦରମା । ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ, ସାଧାରଣ ଲୋକେ ସମାଲୋଚନା ବି କରିଥିଲେ ।
ବିଧାୟକଙ୍କ ଦରମା କମିପାରେ ବୋଲି ବି ସେ କହିଛନ୍ତି। ଆପାତତଃ ସୁହାଇଲା ଭଳି ସର୍ବନିମ୍ନ ଆବଶ୍ୟକ ମୁତାବକ ଦରମା କରାଯାଉ। ସରକାର ବିଚାର କରୁଛନ୍ତି ନିଶ୍ଚିତ ଅନୁଧ୍ୟାନ କରି ପଦକ୍ଷେପ ନେବେ।
ଭାସ୍କର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ପୂର୍ବରୁ ତିନିଥର କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ୧୭ଶ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।
ସୂଚନାନୁସାରେ, ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଗୃହରେ ସର୍ବସମ୍ମତି କ୍ରମେ ଏହା ପାସ ହୋଇଥିଲା । ସଂସଦୀୟ ପରମ୍ପରାରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ରଖିଛନ୍ତି ଉଭୟ ବିରୋଧୀ ଏବଂ ଶାସକ ଦଳ ବିଧାୟକ । ପୂର୍ବରୁ ବିଧାୟକଙ୍କ ମୂଳ ଦରମା ୩୫୦୦୦ ଟଙ୍କା ରହିଥିଲା । ବର୍ଦ୍ଧିତ ଦରମା ଲାଗୁ ହେବା ପରେ ଏହା ହେଲା ୯୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସମାରୋହ ଭତ୍ତା ୯୬୦୦୦ ହେଲା,ଯାହାକି ପୂର୍ବରୁ ୪୦,୦୦୦ ଟଙ୍କା ଥିଲା । ସେହିପରି ନିର୍ବାଚନ ମଣ୍ଡଳୀ ଏବଂ ଲୋକ ସେବା ଭବନ ପରିଦର୍ଶନ ଭତ୍ତା ପୂର୍ବରୁ ୨୦,୦୦୦ ଟଙ୍କା ଥିବା ବେଳେ, ଏବେ ୭୫୦୦୦ ଟଙ୍କା ହେଲା । କମିଟି ଭତ୍ତା ୧୫୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଓଡିଶା ବାହାରେ ବୈଠକ ପାଇଁ ଭତ୍ତା ୨୦୦୦ ଟଙ୍କାରୁ ୧୦,୦୦୦କୁ ବୃଦ୍ଧି ପାଇଛି ।



