ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଗହଳିକୁ ନଯାଇ ଲୋକଙ୍କ ସହିତ ଯୋଡ଼ି ହୁଅ

ଭୁବନେଶ୍ୱର : ଜୁଲାଇ ୦୧: ସମଗ୍ର ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଛି । ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ଅଛି । ଓଡ଼ିଶାର ମୃତୁ୍ୟହାର ବି କମ୍‌ ରହିଛି । ଏହା ଲୋକଙ୍କ ସହଯୋଗ, ଜନପ୍ରତିନିଧି ଓ ସରାକାରୀ କର୍ମଚାରୀଙ୍କ ପରିଶ୍ରମର ଫଳ । ବିଧାୟକମାନେ ଗହଳି ଭିତରକୁ ଯାଆ;ୁ ନାହିଁ । ଗହଳି ନ କରି ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହୁଅ;ୁ । କୋଭିଡ ଗାଇଡଲାଇନ ପାଳନ କରି […]

Samaya Live Picture
Published On

ଭୁବନେଶ୍ୱର : ଜୁଲାଇ ୦୧: ସମଗ୍ର ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଛି । ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ଅଛି । ଓଡ଼ିଶାର ମୃତୁ୍ୟହାର ବି କମ୍‌ ରହିଛି । ଏହା ଲୋକଙ୍କ ସହଯୋଗ, ଜନପ୍ରତିନିଧି ଓ ସରାକାରୀ କର୍ମଚାରୀଙ୍କ ପରିଶ୍ରମର ଫଳ । ବିଧାୟକମାନେ ଗହଳି ଭିତରକୁ ଯାଆ;ୁ ନାହିଁ । ଗହଳି ନ କରି ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହୁଅ;ୁ । କୋଭିଡ ଗାଇଡଲାଇନ ପାଳନ କରି ସବୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କୋଭିଡ ମୁକାବିଲା ନେଇ ବିଜେଡି ବିଧାୟକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବିଧାୟକଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆମେ କରୋନା ଯୁଦ୍ଧର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛେ । ଏହା ଜନସେବା ଲାଗି ଆମମାନଙ୍କ ଲାଗି ବଡ଼ ସୁଯୋଗ ଆଣି ଦେଇଛି। ଏହାର ସଦୁପଯୋଗ କରାଯିବା ଆବଶ୍ୟକ । କୋଭିଡ୍‌ ବିରୋଧରେ ଲମ୍ବା ଲେଇ ଚାଲିବ । ଏହି ଯୁଦ୍ଧରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆପଣମାନଙ୍କର ନେତୃତ୍ୱ ଉପରେ ମୋର ଭରସା ଅଛି । କରୋନା ମହାମାରୀ ସାଧାରଣ ଜୀବନରେ ବଡ଼ ଆହ୍ୱାନ । ପୂର୍ବ ତୁଳନାରେ ଏବେ ଲୋକଙ୍କର ଅଧିକ ସେବା କରିବାକୁ ହେବ । ପ୍ରତି ଗାଁରେ ଦଳୀୟ କର୍ମୀମାନେ କୋଭିଡ କାର୍ଯ୍ୟରେ ସେ୍ୱଚ୍ଛାସେବୀ ହେବାକୁ ପଡ଼ିବ । ମାସ୍କ, ସମାଜିକ ଦୂରତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।