ବିଧାନସଭାରେ ଉଠିଲା ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା
ଭୁବନେଶ୍ୱର : ତତ୍କାଳୀନ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା I ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା । ସୌମ୍ୟରଞ୍ଜନ ଫାଇଲକୁ ରିଓପନ କରିବାକୁ ସେ ଦାବି କରିଛନ୍ତି । ଏହି ମାମଲାରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସମ୍ପୃକ୍ତ ରହିଛି । ଯାହା ପାଇଁ ପୂର୍ବ ସରକାରରେ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ବନ୍ଧା ଯାଇନାହିଁ । ତାଙ୍କ ହସ୍ତକ୍ଷେପ ଫଳରେ ମାମଲାକୁ ରଫାଦଫା କରି ଦିଆଗଲା । ଯେଉଁଥି ପାଇଁ ଆଜି ବି ନ୍ୟାୟ ଅପେକ୍ଷାରେ ତାଙ୍କ ପରିବାର ଲୋକ ରହିଛନ୍ତି । ହାଇକୋର୍ଟ କହିଥିଲେ ମଧ୍ୟ ଏହାର ତଦନ୍ତ କରାଯାଇ ନାହିଁ । ତୁରନ୍ତ ତଦନ୍ତ କରି ତା ପରିବାରକୁ ନ୍ୟାୟ ଦିଆଯାଉ ବୋଲି ସିମୁଳିଆ ବିଧାୟକ କହିଛନ୍ତି ।
ସୂଚନାନୁସାରେ,୨୦୨୧ ମସିହା ଜୁଲାଇ ୧୧ତାରିଖ ରାତିରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର । ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବଂ ତତ୍କାଳୀନ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଆଡକୁ ଆଙ୍ଗୁଳି ଉଠିଥିଲା I ତେବେ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀଙ୍କ ସମେତ ରୋଷେୟା ମନ୍ମଥ କୁଣ୍ଡୁଙ୍କୁ କ୍ଲିନଚିଟ୍ ଦେଇଥିଲା ।


