ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ

ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ

ରାୟଗଡ଼ା: ବିଦ୍ୟାଳୟରେ ବ୍ୟାପିଲା ଝାଡ଼ାବାନ୍ତି । ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ ରୁ ଉର୍ଦ୍ଧ୍ବ ପିଲା ଆକ୍ରାନ୍ତ । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି  । ସମସ୍ତ ଆକ୍ରାନ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳକୁ ଯାଇଛନ୍ତି ମେଡିକାଲ ଟିମ୍ । ଗତକାଲି ରାତିରେ ୪ଜଣଙ୍କୁ ଝାଡ଼ାବାନ୍ତି ହୋଇଥିଲା । ପରେ ୪୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଲଗ୍ନା ଉଲାକାଙ୍କ ମୃତ୍ୟୁ ହୋଇଛି । ରାତ୍ରି ଭୋଜନ ପରେ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର 'ଡାହାଣୀ' ଶବ୍ଦ ବ୍ୟବହାର ନିଷେଧ ହେଉ ,OHRC ଙ୍କ ଐତିହାସିକ ନିର୍ଦ୍ଦେଶ

Tags: