ବିଜୟ ପଥରେ ଜୟ
By: Samaya Live News
ନୂଆପଡା : ଉପନିର୍ବାଚନରେ ବିଜେପିର ହୋଇପାରେ ବୃହତ ବିଜୟ I ବିଜୟ ପଥରେ ଆଗେଇ ଚାଲିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ I ମୋଟ ୨୬ ରାଉଣ୍ଡ ଗଣତିରୁ ଏପର୍ଯ୍ୟନ୍ତ ୧୩ ରାଉଣ୍ଡ ଗଣତି ସରିଛି I ଏଥିରେ ଜୟଙ୍କୁ ବିପୁଳ ଜନାଦେଶ ସହିତ ୬୩ ହଜାର ୫୨୨ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨୦ ହଜାର ୨୮୮ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ସ୍ଥାନରେ ରହିଛନ୍ତି I ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୩ୟ ସ୍ଥାନରେ ରହିଛନ୍ତି I ୧୩ ରାଉଣ୍ଡ ଭୋଟ ଗଣତି ସୁଦ୍ଧା କଂଗ୍ରେସ ୨୦ ହଜାର ୧୦୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନ ହାସଲ କରିବାକୁ ଲଢେଇ ଜାରି ରଖିଛି I ତେବେ ପ୍ରଥମରୁ କଂଗ୍ରେସ ବିଜେଡି ସହିତ ଟକ୍କର ଦେଇ ୨ୟ ସ୍ଥାନ ଅଧିକାର କରିଥିବାବେଳେ ୭ମ ରାଉଣ୍ଡ ଗଣତି ବେଳକୁ ୩ୟ ସ୍ଥାନକୁ ଖସିଥିଲା I
Read More ସାଲିଆସାହିରେ ଜବର ଦଖଲ ଉଚ୍ଛେଦ
Tags:


