ବାତ୍ୟା କ୍ଷୟକ୍ଷତି ସମୀକ୍ଷା ଓଡିଶା ପାଇଁ ୫୦୦ କୋଟିର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

Edited by Papu Mohanty Bhubaneswar : May 22: ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । Helicopter ଯୋଗେ ଆକାଶ ମାର୍ଗରୁ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ୫ଶହ କୋଟି ପ୍ୟାକେଜ ଘୋଷଣା କରିଛନ୍ତି । ସେହିପରି ବାତ୍ୟା ବେଳେ ମୃତୁ୍ୟବରଣ କରିଥିବା ଲୋକଙ୍କ ପରିବାର ବର୍ଗର ପାଇଁ ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା […]

Samaya Live Picture
Published On

Edited by Papu Mohanty

Bhubaneswar : May 22: ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । Helicopter ଯୋଗେ ଆକାଶ ମାର୍ଗରୁ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ୫ଶହ କୋଟି ପ୍ୟାକେଜ ଘୋଷଣା କରିଛନ୍ତି । ସେହିପରି ବାତ୍ୟା ବେଳେ ମୃତୁ୍ୟବରଣ କରିଥିବା ଲୋକଙ୍କ ପରିବାର ବର୍ଗର ପାଇଁ ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ଅପରାହ୍ନରେ କୋଲକାତାଠାରେ ପହଞ୍ଚି ପଶ୍ଚିମବଙ୍ଗ ହୋଇଥିବା କ୍ଷୟକ୍ଷତି ନିରିକ୍ଷଣ କରିଥିଲେ । ସେଠାରୁ ସିଧାସଳଖ ଭୁବନେଶ୍ୱର ଆସି ଓଡିଶା ବାତ୍ୟା ପ୍ରପିଡିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏନେଇ ଆକାଶ ମାର୍ଗରେ ସ୍ଥିତି କ୍ଷୟକ୍ଷତି ନିରିକ୍ଷଣ କରିବା ପରେ ଭୁବନେଶ୍ୱର ବିମାନବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ, ପ୍ରଫେସର ଗଣେଶୀ ଲାଲ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସହିତ ଏକ ବୈଠକ କରି କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ ୫ଶହ କୋଟି ଟଙ୍କାର ଅଗ୍ରୀମ ପ୍ୟାକେଜ ଘୋଷଣା କରିଥିଲେ । ସ୍ଥିତିର ସୁଧାର ଆଣିବା ଉଦ୍ଦେଶ୍ୟରେ ଏହି ୫୦୦ କୋଟିର ଅଗ୍ରୀମ ପ୍ୟାକେଜ ଘୋଷଣା କକରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାର କେନ୍ଦ୍ରକୁ ରିପୋର୍ଟ ଦେବେ ଓ କେନ୍ଦ୍ରୀୟ ଟିମ୍‌ ମଧ୍ୟ ଓଡିଶା ଆସି କ୍ଷୟକ୍ଷତି ଆକଳନ କରିବେ ।
ଓଡିଶାରେ ବାତ୍ୟା ପରିଚାଳନ ନେଇ ପ୍ରଧାନମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌କୁ ପ୍ରସଂଶା କରିଛନ୍ତି । ସେ କହିଲେ ଯେ, ଓଡିଶାରେ ବି ଅମ୍ଫନ ବିଶେଷ କ୍ଷତି କରିବାର ଆଶଙ୍କା ଥିଲା କିନ୍ତୁ ଲୋକଙ୍କୁ ଠିକ୍‌ ସୂଚନା ମିଳିଥିବାରୁ ଅନେକ ଧନଜୀବନ ରକ୍ଷା ପାଇଲା ।