ବନବିଭାଗ ତରଫରୁ ମାଗଣାରେ ଗ୍ୟାସ ବିତରଣ
ବାଙ୍ଗିରିପୋଷ,୮/୬:ବାରିପଦା ବନଖଣ୍ଡ ଅଧିନସ୍ଥ ବାଙ୍ଗିରିପୋଷି ବନାଂଚଳ ତରଫରୁ ପୂର୍ବଭଳି ଆଜି ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ତଥା ବାଙ୍ଗିରିପୋଷି ବନାଂଚଳ ଅଧିନରେ ଥିବା ଅନ୍ୟ ସଂରକ୍ଷିତ ଜଙ୍ଗଲକୁ ଦୀର୍ଘ ଦିନରୁ ଜଗା ରଖା କରୁଥିବା ଝିଙ୍କପାହାଡି ଏବଂ କୁନ୍ଦଳିଆ ଗ୍ରାମର ୩୩ ଜଣ ହିତାଧିକାରୀଙ୍କୁ ବାଙ୍ଗିରିପୋଷି ବନାଂଚଳ ତରଫରୁ ଶିମିଳିପାଳ ଜୈବ ମଣ୍ଡଳ ଯୋଜନାରେ ମାଗଣାରେ ରନ୍ଧନ ଗ୍ୟାସ ବଣ୍ଟନ କରାଯାଇଅଛି । ବଣ୍ଟନ କାର୍ଯ୍ୟକ୍ରମରେ ଉପବନାଂଚଳ ଅଧିକାରୀ ଶୈଳେନ୍ଦ୍ର ଦାସ,ପୂର୍ବତନ ବନାଂଚଳ ଅଧିକାରୀ ତପନ କୁମାର […]
ବାଙ୍ଗିରିପୋଷ,୮/୬:ବାରିପଦା ବନଖଣ୍ଡ ଅଧିନସ୍ଥ ବାଙ୍ଗିରିପୋଷି ବନାଂଚଳ ତରଫରୁ ପୂର୍ବଭଳି ଆଜି ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ତଥା ବାଙ୍ଗିରିପୋଷି ବନାଂଚଳ ଅଧିନରେ ଥିବା ଅନ୍ୟ ସଂରକ୍ଷିତ ଜଙ୍ଗଲକୁ ଦୀର୍ଘ ଦିନରୁ ଜଗା ରଖା କରୁଥିବା ଝିଙ୍କପାହାଡି ଏବଂ କୁନ୍ଦଳିଆ ଗ୍ରାମର ୩୩ ଜଣ ହିତାଧିକାରୀଙ୍କୁ ବାଙ୍ଗିରିପୋଷି ବନାଂଚଳ ତରଫରୁ ଶିମିଳିପାଳ ଜୈବ ମଣ୍ଡଳ ଯୋଜନାରେ ମାଗଣାରେ ରନ୍ଧନ ଗ୍ୟାସ ବଣ୍ଟନ କରାଯାଇଅଛି । ବଣ୍ଟନ କାର୍ଯ୍ୟକ୍ରମରେ ଉପବନାଂଚଳ ଅଧିକାରୀ ଶୈଳେନ୍ଦ୍ର ଦାସ,ପୂର୍ବତନ ବନାଂଚଳ ଅଧିକାରୀ ତପନ କୁମାର ଦାସ,ବନପାଳ କାଂଚନମଣି ନାଏକ, ଓଡିଶା ବନାଂଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ-୨ରେ କାର୍ଯ୍ୟରତ ଥିବା କ୍ଷେତ୍ର ସଂଯୋଜକ ଆଶିଷ କୁମାର ସାହୁ ଓ ସମ୍ଭୁକର ମହାପାତ୍ର ଉପସ୍ଥିତ ରହି ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ କରିଥିଲେ । ତେବେ ଏହି ଯୋଜନା ମାଧ୍ୟମରେ ୧୦୦ ଜଣ ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ କରାଯିବାକୁ ଥିବା ବେଳେ ବାକି ୬୭ ଜଣ ହିତାଧିକାରୀଙ୍କୁ ପରବର୍ତୀ ସମୟରେ ଗ୍ୟାସ ବଣ୍ଟନ କରାଯିବ ବୋଲି ଉପ ବନାଂଚଳ ଅଧିକାରୀ କହିବା ସହିତ ଗ୍ୟାସ ପାଇଥିବା ଉପଭକ୍ତାଙ୍କୁ ଗ୍ୟାସର ଉପକାରୀତା ଏବଂ କିପରି ଏହାକୁ ସତର୍କତାର ସହ ଜାଳେଣି ଭାବେ ବିନିଯୋଗ କରି ଜଙ୍ଗଲକୁ ରକ୍ଷା କରିପାରିବା ସେ ବିଷୟରେ ସବିଶେଷ ବିବରୋଣି ପ୍ରଦାନ କରିଥିଲେ । ଏଭଳି ଏକ ସୁଚିନ୍ତିତ ଯୋଜନା ପାଇଁ ବନ ବିଭାଗର କାର୍ଯ୍ୟକ୍ରମ ବୁର୍ଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସିତ ହୋଇ ପାରିଛି ।




