ବଢିପାରେ ଖରା ଛୁଟି !
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ବଢ଼ିପାରେ ଖରାଛୁଟିର ଅବଧି। ପ୍ରଚଣ୍ଡ ତାତି ଏବଂ ଖରା ଭିତରେ ଆସିଛି ଏଭଳି ଖବର । ଛୁଟି ଅବଧି ଭିତରେ ଖରା ନ କମିଲେ ଛୁଟି ଅବଧି ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନଦ ଗଣ୍ଡ । ପିଲାଙ୍କ ସୁରକ୍ଷା ଗଣଶିକ୍ଷା ବିଭାଗର ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି । ସାଧାରଣତଃ ରଜ ପରେ ଖୋଲି ଥାଏ ଖରା ଛୁଟି । ତେବେ ଚଳିତ ବର୍ଷ ଏଲ-ନିନୋ ପ୍ରଭାବରେ ଅସହ୍ୟ ହୋଇଛି ଖରା । ତେବେ ଖରା ଛୁଟି ବଢିବ କି ନାହିଁ ତାହା ସମୟ କହିବ । ସେହି ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ।
ସୂଚନାନୁସାରେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୭ରୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଥିଲା। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଥିଲେ। ଏହି ଛୁଟି ଜୁନ୍ ୨୨ ପର୍ଯ୍ୟନ୍ତ ଥିଲା। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଖରା ସ୍ଥିତି ଉପରେ ନିର୍ଭର କରି ଏହା ବଦଳିପାରେ ବୋଲି ଆଜି ମନ୍ତ୍ରୀ ସୂଚନା ଦେଇଛନ୍ତି ।




