ଫେରିଲେ ବାଗଚୀ; ଅଫିସର ବଦଳି ନେଇ ଗୁଜବକୁ କଲେ ଖଣ୍ଡନ
ଭୁବନେଶ୍ୱର :ଜୁନ ୬: କରୋନା ମୁକାବିଲା ଟିମ୍ରୁ ରାତାରାତି ୯ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ଅପସାରଣ କରିଛନ୍ତି । ଏମାନେ କରୋନା ମୁକାବିଲା ଓ ଏଥିସହିତ ସଂପୃକ୍ତ ସମସ୍ତ କାର୍ଯ୍ୟର ଦେଖାଶୁଣା ଓ ତଦାରଖ କରୁଥିଲେ । କରୋନା ସଂପର୍କିତ ସମସ୍ତ କାର୍ଯ୍ୟ ଏମାନଙ୍କ ନିୟନ୍ତ୍ରଣରେ ରହିଥିଲା । ହଠାତ୍ ଏମାନଙ୍କୁ ଅପସାରଣ ସାଧାରଣର ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଏହାର ସ୍ପଷ୍ଟିକରଣ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ […]
ଭୁବନେଶ୍ୱର :ଜୁନ ୬: କରୋନା ମୁକାବିଲା ଟିମ୍ରୁ ରାତାରାତି ୯ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ଅପସାରଣ କରିଛନ୍ତି । ଏମାନେ କରୋନା ମୁକାବିଲା ଓ ଏଥିସହିତ ସଂପୃକ୍ତ ସମସ୍ତ କାର୍ଯ୍ୟର ଦେଖାଶୁଣା ଓ ତଦାରଖ କରୁଥିଲେ । କରୋନା ସଂପର୍କିତ ସମସ୍ତ କାର୍ଯ୍ୟ ଏମାନଙ୍କ ନିୟନ୍ତ୍ରଣରେ ରହିଥିଲା । ହଠାତ୍ ଏମାନଙ୍କୁ ଅପସାରଣ ସାଧାରଣର ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଏହାର ସ୍ପଷ୍ଟିକରଣ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକାରୀମାନଙ୍କ ଅପସାରଣକୁ ନେଇ ସୋସିଆଲ ମିଡ଼ିଆରେ ପ୍ରସାରିତ ଗୁଜବକୁ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ମାର୍ଚ୍ଚ ମାସରୁ କୋଭିଡ୍ ମୁକାବିଲାକୁ ସର୍ବାଧିକ ପ୍ରାଥମିତା ଦେଇଥିଲେ । ସେଥିପାଇଁ ଅନ୍ୟ ବିଭାଗରୁ ବରିଷ୍ଠ ପଦାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗକୁ ଆଣିବା ସହ କୋଭିଡ୍ ମୁକାବିଲାର ବିଭିନ୍ନ ଦାୟିତ୍ୱ ଅର୍ପଣ କରିଥିଲେ । ସଂପୃକ୍ତ ଅଧିକାରୀମାନେ ମଧ୍ୟ ବିଗତ ୩ ମାସ ଧରି କୋଭିଡ୍ ମୁକାବିଲାରେ ରାତିଦିନ ପରିଶ୍ରମ କରି କରି କ୍ଲାନ୍ତ ହୋଇ ପଡ଼ିଥିଲେ । ପୁଣି ସେମାନଙ୍କ ଅନୁପସ୍ଥିତି ଦ୍ୱାରା ସେମାନଙ୍କ ମୂଳ ବିଭାଗ ଗତ ତିନିମାସ ହେଲା ଦୁର୍ବଳ ହୋଇ ପଡ଼ିଥିଲା । ସେଥିପାଇଁ ସେମାନଙ୍କୁ ବିଶ୍ରାମ ଦେବା ଲକ୍ଷ୍ୟରେ ସରକାର ସେମାନଙ୍କୁ କୋଭିଡ୍ ଟିମ୍ରୁ ବାଦ ଦେଇ ସେମାନଙ୍କ ସ୍ଥାନରେ ନୂଆ ଯୋଦ୍ଧାଙ୍କୁ ଆଣିବାକୁ ଯୋଜନା କରିଛନ୍ତି । ଏହା ପଛରେ ଅନ୍ୟ କୌଣସି ପ୍ରକାରର ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ବାଗଚୀ ।




