ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସର ଚାଲିଛି ମାପଚୁପ

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସର ଚାଲିଛି ମାପଚୁପ
Samaya Live News Picture
Published On

ଧର୍ମଶାଳା : ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଡ଼ୁଆ ବଢ଼ିଛି । ଜମି ଜବର ଦଖଲ ଅଭିଯୋଗ ପରେ ତାଙ୍କ ଫାର୍ମ ହାଉସ ଜମିର ମାପଚୁପ ଆରମ୍ଭ ହୋଇଛି। ଧର୍ମଶାଳା ତହସିଲ ପକ୍ଷରୁ ତିନି ଜଣ ରାଜସ୍ଵ ନୀରିକ୍ଷକ ଓ ବ୍ୟକ୍ତିଗତ ଅମିନ ଆଜି ତାଙ୍କ ପନ୍ତୁରି ସ୍ଥିତ ଫାର୍ମ ହାଉସର ମାପଚୁପ କରୁଛନ୍ତି  । ପ୍ରାଣବଙ୍କୁ ଫାର୍ମ ହାଉସର କିଛି ଅଂଶ ସରକାରୀ ଜମି ଜବର ଦଖଲ ହୋଇଥିବା ନେଇ ତାଙ୍କୁ ନୋଟିସ ଜାରି ହୋଇଥିଲା । ତେବେ ସେ ତହସିଲରେ ହାଜର ହୋଇ ନିଜ ପକ୍ଷ ରଖି ନଥିଲେ ।  

ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ନିର୍ମାଣ କରାଯାଇଛି । ଫାର୍ମ ହାଉସ ଜମି ଭିତରେ ସରକାରୀ ଜମି ଥିବା ଅଭିଯୋଗ ହେବାପରେ ଧର୍ମଶାଳା ତହସିଲ ପକ୍ଷରୁ ତଦନ୍ତ କରାଯାଇ ତାଙ୍କୁ ଏକ ନୋଟିସ କରାଯାଇଥିଲା । ତେବେ ନୋଟିସ ପାଇବା ପରେ ରତି ଅଧିଆ ଫାର୍ମହାଉସ୍‌ ରେ ଥିବା ଘର ର ଛାତ ଖୋଲି ନେଇଯାଇଥିବା ଦେଖିବାକୁ ମିଳିଥିଲା । 

ଆଜି ଧର୍ମଶାଳା ତହସିଲ ପକ୍ଷରୁ ସମ୍ପୃକ୍ତ ଜମିର ମାପଚୁପ ଆରମ୍ଭ ହୋଇଛି। ଯଦି ସରକାରୀ ଜମି ବାହାରେ ତେବେ ପାଚେରୀ ଭାଙ୍ଗିବା ସହ ତାଙ୍କ ବିରୁଦ୍ଧରେ ମାମଲା ଚାଲିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ମାପ କେତେ ଦିନ ଧରି ଚାଲିବ ତାହା ଜଣାପଡିନାହିଁ।

 

 

Tags: