ନୂଆଁଖାଇ ରେ ଅଘଟଣ,ଟ୍ରକ ଧକ୍କାରେ ଚାଲିଗଲା ପୋଲିସ ଏଏସଆଇ ଙ୍କ ଜୀବନ
ନୂଆପଡା : ନୂଆଁଖାଇ ସକାଳେ ସକାଳେ ଘଟିଯାଇଛି ଏକ ଦୁଖଦଃ ଘଟଣା I ଆଜି ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟିଛି I ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଜଣେ ଛିଟିକି ପଡି ଏସ୍ଆଇଙ୍କ ମୃତ୍ୟୁ ଘଟିଛି । ମୃତ ପୋଲିସ୍ ଏସ୍ଆଇ ଜଣଙ୍କ ହେଉଛନ୍ତି ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର ଗାଁରେ। ଏସ୍ଆଇ ସୁଧାଂଶୁ […]
ନୂଆପଡା : ନୂଆଁଖାଇ ସକାଳେ ସକାଳେ ଘଟିଯାଇଛି ଏକ ଦୁଖଦଃ ଘଟଣା I ଆଜି ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟିଛି I ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଜଣେ ଛିଟିକି ପଡି ଏସ୍ଆଇଙ୍କ ମୃତ୍ୟୁ ଘଟିଛି । ମୃତ ପୋଲିସ୍ ଏସ୍ଆଇ ଜଣଙ୍କ ହେଉଛନ୍ତି ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର ଗାଁରେ।
ଏସ୍ଆଇ ସୁଧାଂଶୁ ପାଣ୍ଡେ କନଷ୍ଟେବଳ ରୁ ନିକଟରେ ଏଏସଆଇ କୁ ପଦୋନ୍ନତି ପାଇ ଅନୁଗୋଳରେ ଟ୍ରେନିଂ ନେଉଥିଲେ। ନୂଆଖାଇ ପାଳନ କରିବାକୁ ଘରକୁ ଆସିଥିଲେ। ଆଜି ସକାଳେ କୌଣସି କାମରେ ବଜାରକୁ ଆସିଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ କୋଇଲା ବୋଝେଇ ଟ୍ରକ୍ ଆସି ହଠାତ୍ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଏସ୍ଆଇ ତଳେ ଛିଟିକି ପଡ଼ିବା କ୍ଷଣି ଟ୍ରକ୍ଟି ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏପଟେ ଖବରପାଇ ଘଟରାସ୍ଥଳରେ ପୋଲିସ୍ ପହଁଚି ଟ୍ରକ୍କୁ ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।




