ନିରାଡମ୍ବର ଭାବେ ପାଳନ ହେଲା ବିଶ୍ୱହସ୍ତୀ ଦିବସ

ବାରଙ୍ଗ: ଅଗଷ୍ଟ ୧୩ : (ସବ୍ୟୁ)ନନ୍ଦନକାନନରେ ବୁଧବାରଦିନ ବିଶ୍ୱହସ୍ତୀଦିବସ ନରାଡମ୍ବରଭାବେ ପାଳିତ ହୋଇଯାଇଛି । ମହାମାରୀ କରୋନାପାଇଁ ସବୁକିଛି ଫିକା ପଡିଯାଇଥିଲା ।ଏଥର ହାତୀମାନଙ୍କୁ ସାଜସଜା କରାଯାଇନଥିଲା ।କେବଳ ସେମାନଙ୍କୁ ସୁସ୍ୱାଦ ଖାଦ୍ୟ ଖାଇବାକୁ ଦିଆଯାଇଥିଲା ।ଏହାକୁ ହାତୀଶାଳ ରେ ପାଳନ କରାଯାଇଥିଲା ।ହାତିଶାଳରେ ଥିବା ବIସନ୍ତୀ,ପ୍ରେମା,ହୀରା କୁ ନେଇ ୩ଟି ହାତୀ ସାମିଲ ହୋଇଥିବାବେଳେ ଡାକ୍ତରଖନା ପାଖ ରେସ୍କ୍ୟୁ ସେଂଟରରେ ଥିବା ଛୋଟ ହାତୀ ମାମା ପାଖକୁ ନନ୍ଦନକାନନ ନିର୍ଦ୍ଦଶକ ଶଶି ପଲ,ଉପନିର୍ଦ୍ଦେଶକ ବିମଳ ପ୍ରଶନ୍ନ […]

Samaya Live Picture
Published On

ବାରଙ୍ଗ: ଅଗଷ୍ଟ ୧୩ : (ସବ୍ୟୁ)ନନ୍ଦନକାନନରେ ବୁଧବାରଦିନ ବିଶ୍ୱହସ୍ତୀଦିବସ ନରାଡମ୍ବରଭାବେ ପାଳିତ ହୋଇଯାଇଛି । ମହାମାରୀ କରୋନାପାଇଁ ସବୁକିଛି ଫିକା ପଡିଯାଇଥିଲା ।ଏଥର ହାତୀମାନଙ୍କୁ ସାଜସଜା କରାଯାଇନଥିଲା ।କେବଳ ସେମାନଙ୍କୁ ସୁସ୍ୱାଦ ଖାଦ୍ୟ ଖାଇବାକୁ ଦିଆଯାଇଥିଲା ।ଏହାକୁ ହାତୀଶାଳ ରେ ପାଳନ କରାଯାଇଥିଲା ।ହାତିଶାଳରେ ଥିବା ବIସନ୍ତୀ,ପ୍ରେମା,ହୀରା କୁ ନେଇ ୩ଟି ହାତୀ ସାମିଲ ହୋଇଥିବାବେଳେ ଡାକ୍ତରଖନା ପାଖ ରେସ୍କ୍ୟୁ ସେଂଟରରେ ଥିବା ଛୋଟ ହାତୀ ମାମା ପାଖକୁ ନନ୍ଦନକାନନ ନିର୍ଦ୍ଦଶକ ଶଶି ପଲ,ଉପନିର୍ଦ୍ଦେଶକ ବିମଳ ପ୍ରଶନ୍ନ ଆଚାର୍ଯ୍ୟ,ସେଚୁଂରିୟାନ ୟୁନିଭରସିଟିର ଜୁଲୋଜି ବିଭାଗର ମୁଖ୍ୟ ଶିବପ୍ରସାଦ ପରିଡା ,ପର୍ଯ୍ୟଟନ ପରିଚାଳନା ଦାୟିତ୍ୱରେ ଥିବା ଏସିଏଫ୍ ଅମୁଲ୍ୟ କୁମାର ପରିଡା ପ୍ରମୁଖ ଆସି ସୁସ୍ୱାଦ ଖାଦ୍ୟ ଖାଇବାକୁ ଦେଇଥିଲେ । ଅନଲାଇନରେ ତିନଟି ପର୍ଯ୍ୟାୟରେ ମୋସାଙ୍ଗ ହାତୀ,ହାତୀଙ୍କ ଆବାସସ୍ଥଳୀ,ହାତୀ ସଂରକ୍ଷଣ ଆଦି ବିଷୟକୁ ନେଇ ଗତ୫ ରୁ୧୧ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କ ନାମ ଏହି ଅବସରରେ ଘୋଷଣା କରାଯାଇଥିଲା । ମାହୁନ୍ତ ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବା ସହ ହାତୀ ସୁରକ୍ଷାର ବାର୍ତା ନନ୍ଦନକାନନ କର୍ତୁପକ୍ଷ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରେଞର ସୁଦିପ୍ତକୁମାର ପଣ୍ଡା.ଗନ୍ଥାଘର ଦାୟିତ୍ୱରେ ଥିବା ରେଞର ରଞନ କୁମାର ଦାସ ,ଶିକ୍ଷା ଅଧିକାରୀ ମିଲନକୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।