ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ୱର, କଂଗ୍ରେସ - ବିଜେଡି କୋଳାକୋଳି

ନାମାଙ୍କନ ଭରିଲେ ସଂତୃପ୍ତ ଓ  ଦତ୍ତେଶ୍ୱର, କଂଗ୍ରେସ - ବିଜେଡି କୋଳାକୋଳି

ଭୁବନେଶ୍ୱର : ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ଵର ହୋତା। ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୨ ସେଟ୍ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି କମନ୍ କ୍ୟାଣ୍ଡିଡେଟ୍ ଭାବେ ଡାକ୍ତର ଦତ୍ତେଶ୍ଵର ହୋତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ କକ୍ଷରେ ବିଜେଡି ଓ କଂଗ୍ରେସ ନେତା ଏକାଠି ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ପାଖାପାଖି ସିଟ୍ ରେ ବସିଥିବା ଦେଖିବାକୁ ମିଳିଛି । ଏଥିସହିତ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ସମସ୍ତ ନେତା ପ୍ରସନ୍ନ ଥିବାବେଳେ କେତେଜଣ କରମର୍ଦ୍ଧନ କରିବା ସହିତ କୋଳାକୋଳି ହେଉଥିବା ମଧ୍ୟ ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର ଧାନ ପାଇଁ ଗଲା ୨ ଚାଷୀଙ୍କ ଜୀବନ

ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ସମର୍ଥନରେ ଡ.ଦତ୍ତେଶ୍ୱର ହୋତା ସାଧାରଣ ପ୍ରାର୍ଥୀ ଭାବରେ ଲଢ଼ୁଛନ୍ତି । ସେପଟେ ବିଜେପି ସମର୍ଥନରେ ଦିଲ୍ଲୀପ ରାୟ ମଧ୍ୟ ଚତୁର୍ଥ ଆସନ ପାଇଁ ନାମାଙ୍କନ ଭରିଛନ୍ତି । ମାର୍ଚ୍ଚ ୧୬ରେ ନିର୍ବାଚନ ହେବାକୁ ଥିବାବେଳେ ୪ର୍ଥ ଆସନ ପାଇଁ ପ୍ରତିଦ୍ବନ୍ଦିତା ଜୋରଦାର ହେବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର ଆଜିଠାରୁ କ୍ୟାନସର ଟୀକା

Tags: