ନବରଙ୍ଗପୁରରେ ଲୁଣ ଗୁଜବ: ଗିରଫ ହେଲେ ୬

Edited by Papu Mohanty ଭୁବନେଶ୍ୱର : May 12: ଗୁଜବ ସୃଷ୍ଟି କଲେ ଗିରଫ ହେବା ନେଇ କଡା ଆଇନ ଥିଲାବେଳେ ନବରଙ୍ଗପୁରରେ ଆଜି ଗୁଜବ ସୃଷ୍ଟି ଅଭିଯୋଗରେ ୬ଜଣଙ୍କୁ ପୋଲିସ ଗିରଫ କରିଛି । ଏମାନେ ବଜାରରେ ଲୁଣ ଅଭାବ ନେଇ ଗୁଜବ ସୃଷ୍ଟି କରିଥିଲେ । ସଂପ୍ରତି କରୋନା କଟକଣାକୁ ନେଇ ଲୋକେ ଅଡୁଆରେ ରହିଛନ୍ତି । ଏହି ପରିସ୍ଥିତିରେ ଅଭିଯୁକ୍ତମାନେ ଲୁଣର ଅଭାବ ପ୍ରଚାର କରିବା ଫଳରେ ଲୁଣ କିଣିବା ପାଇଁ […]

Samaya Live Picture
Published On

Edited by Papu Mohanty

ଭୁବନେଶ୍ୱର : May 12: ଗୁଜବ ସୃଷ୍ଟି କଲେ ଗିରଫ ହେବା ନେଇ କଡା ଆଇନ ଥିଲାବେଳେ ନବରଙ୍ଗପୁରରେ ଆଜି ଗୁଜବ ସୃଷ୍ଟି ଅଭିଯୋଗରେ ୬ଜଣଙ୍କୁ ପୋଲିସ ଗିରଫ କରିଛି । ଏମାନେ ବଜାରରେ ଲୁଣ ଅଭାବ ନେଇ ଗୁଜବ ସୃଷ୍ଟି କରିଥିଲେ । ସଂପ୍ରତି କରୋନା କଟକଣାକୁ ନେଇ ଲୋକେ ଅଡୁଆରେ ରହିଛନ୍ତି । ଏହି ପରିସ୍ଥିତିରେ ଅଭିଯୁକ୍ତମାନେ ଲୁଣର ଅଭାବ ପ୍ରଚାର କରିବା ଫଳରେ ଲୁଣ କିଣିବା ପାଇଁ ବଜାରରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଯାଇଥିଲା । ଏପରିକି ନିମିସକ ମଧ୍ୟରେ ଲୁଣ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକି୍ରିି ହୋଇଥିଲା । ଲୁଣ ଆସୁଥିବା ଟ୍ରକରୁ ମଧ୍ୟ ଲୋକେ ଲୁଣ ବସ୍ତା ବଳପୂର୍ବକ ଲୁଣ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଲକ ଡାଉନ ପାଇଁ ହେତୁ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ପାଉଥିବା ବେଳେ ବଜାରରେ ଲୁଣର ଅଭାବ ନେଇ ଗୁଜବ ପ୍ରଚାର ସାଧାରଣରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଥିଲା ତେବେ ଏହି ଖବର ମିଳିବା ପରେ ତୁରନ୍ତ ଟ୍ୱିଟ୍‌ କରି ବଜାରରେ ଯଥେଷ୍ଟ ଲୁଣ ମହଜୁଦ ଅଛି ତେଣୁ ଲୋକେ ଆତଙ୍କୀତ ହେବାର କୌଣସି କାରଣ ନାହିଁ । ବରଂ ଗୁଜବ ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ମନ୍ତ୍ରୀ ପ୍ରକାଶ କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।