ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୦୬,୭୫୦ ରେ ପହଂଚିଛି; ଏ ପର୍ଯ୍ୟନ୍ତ ମୋଟ ୪୨,୨୯୭ ଜଣ ସୁସ୍ଥ ହେଇଛନ୍ତି
ଭୁବନେଶ୍ୱର: ମେ ୨୦: ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ, ଏବେ ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୦୬,୭୫୦ ରେ ପହଂଚିଛି l ବର୍ତ୍ତମାନ ସୁଦ୍ଧା ୪୨,୨୯୭ ଜଣ ସୁସ୍ଥ ହେଇସାରିଥିବା ବେଳେ, ୬୧,୧୪୯ ଜଣ ଚିକିତ୍ସିତ ହେଉଛନ୍ତି l ଏ ପର୍ଯ୍ୟନ୍ତ କରୋନା ରେ ୩,୩୦୩ ଜଣଙ୍କ ମୃତ୍ୟୁ ହେଇଛି l କିନ୍ତୁ ସୁଖର ଖବର,ସୁସ୍ଥ ହେବା ହାର କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ଆଜି ଏହା ଶତକଡା ୩୯.୬ ଭାଗ ରେ ପହଂଚିଛି […]
ଭୁବନେଶ୍ୱର: ମେ ୨୦: ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ, ଏବେ ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୦୬,୭୫୦ ରେ ପହଂଚିଛି l ବର୍ତ୍ତମାନ ସୁଦ୍ଧା ୪୨,୨୯୭ ଜଣ ସୁସ୍ଥ ହେଇସାରିଥିବା ବେଳେ, ୬୧,୧୪୯ ଜଣ ଚିକିତ୍ସିତ ହେଉଛନ୍ତି l ଏ ପର୍ଯ୍ୟନ୍ତ କରୋନା ରେ ୩,୩୦୩ ଜଣଙ୍କ ମୃତ୍ୟୁ ହେଇଛି l କିନ୍ତୁ ସୁଖର ଖବର,ସୁସ୍ଥ ହେବା ହାର କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ଆଜି ଏହା ଶତକଡା ୩୯.୬ ଭାଗ ରେ ପହଂଚିଛି l
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୩୭,୧୩୬ କୁ ବୃଦ୍ଧିପାଇଛି l ସେହିପରି ତାମିଲନାଡୁ ରେ ୧୨,୪୪୮,
ଗୁଜରାଟ ରେ ୧୨,୧୪୦, ଦିଲ୍ଲୀ ରେ ୧୦,୫୫୪, ରାଜସ୍ଥାନ ରେ ୫,୮୪୫, ମଧ୍ୟପ୍ରଦେଶ ରେ ୫,୪୬୫, ଉତ୍ତରପ୍ରଦେଶ ରେ ୪,୯୧୬,ପଶ୍ଚିମ ବଙ୍ଗଳା ରେ ୨,୯୬୧ ଏବଂ ଆନ୍ଧ୍ରପ୍ରଦେଶ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨,୫୩୨ ରେ ପହଂଚିଛି l




