ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପରିବର୍ତ୍ତେ ପୋଲିସ ର ନାଲିଆଖି

ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପରିବର୍ତ୍ତେ ପୋଲିସ ର ନାଲିଆଖି
Samaya Live News Picture
Published On

ଭଦ୍ରକ : ସୁଧୁରୁ ନାହାନ୍ତି ଓଡିଶା ପୋଲିସ । ଦିନକୁ ଦିନ ପଦାରେ ପଡୁଛି କିଛି ପୋଲିସ ବାବୁଙ୍କର ହୀନ କାର୍ଯ୍ୟ । ନିଜ କର୍ତବ୍ୟ ଭୁଲି ଦେଖାଉଛନ୍ତି ଦାଦାଗିରି । କେଉଁଠି ନୀରିହଙ୍କ ଉପରେ ଥାର୍ଡ଼ ଡିଗ୍ରୀ ତ ପୁଣି କେଉଁଠି ବଟି ଆଦାୟ ପାଇଁ ବ୍ୟାକୁଳ। ସେହିଭଳି ଭଦ୍ରକ ପୋଲିସ ର ଏକ ଅମାନବୀୟ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପରିବର୍ତ୍ତେ କୁକୁଡ଼ା ବୋଝେଇ ଗାଡ଼ିରୁ ବଟି ଆଦାୟ ପାଇଁ ଧାଇଁଛନ୍ତି କିଛି ପୋଲିସ । ଏପରିକି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ସହ ମାଡ଼ ମାରି ଥାନାକୁ ନେଇଯିବାର ଧମକ ବି ଦେଉଛନ୍ତି । ଘଟଣାର ଭିଡିଓ ଭାଇରାଲ ପରେ ସାଧାରଣରେ ଉଦ୍ବେଗ ସୃଷ୍ଟି ହୋଇଛି । ପୋଲିସ କିପରି ଭାବରେ ଏତେ ତଳକୁ ଖସି ଯାଇପାରେ ବୁଦ୍ଧିଜୀବୀ ମହଲରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । 

ଘଟନାନୁସାରେ, ଶନିବାର ରାତିରେ ଏକ କୁକୁଡ଼ା ବୋଝେଇ ଗାଡିକୁ ଧରିବା ପାଇଁ ଭଦ୍ରକ ମଇତାପୁର ନିକଟରେ ପହଞ୍ଚିଥିଲା ଭଦ୍ରକ ପୋଲିସର ଏକ ପାଟ୍ରୋଲିଂ ଗାଡି । ସେହି ସମୟରେ ଅନ୍ୟ ଏକ କାର ବାଲେଶ୍ୱର ଅଭିମୁଖେ ଫେରୁଥିବା ବେଳେ କୁକୁଡ଼ା ଗାଡ଼ିଟି ବ୍ରେକ ମାରିବାରୁ ପଛରେ ଯାଉଥିବା କାର ନିୟନ୍ତ୍ରଣ ହରାଇ କୁକୁଡ଼ା ଗାଡ଼ି ପଛପଟୁ ଧକ୍କା ମାରିଥିଲା । ଫଳରେ କାର ଭିତରେ ଡ୍ରାଇଭର ସମେତ ଅନ୍ୟ ଜଣେ ଯୁବକ ଚାପି ହୋଇ ଗୁରୁତର ହୋଇଥିଲେ । ହେଲେ ପାଟ୍ରୋଲିଂ କରୁଥିବା ପୋଲିସ କିଛି ଶୁଣି ନ ଥିଲେ । ବହୁ କଷ୍ଟରେ ସନ୍ତୋଷଙ୍କୁ ଉଦ୍ଧାର କରି ତାଙ୍କ ସହଯୋଗୀ ଜାତୀୟ ରାଜପଥ ସୁରକ୍ଷା ପାଚେରୀକୁ ଡେରାଇ ଦେଇଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେଉଛି,ତୁରନ୍ତ ଗୁରୁତର ଯୁବକଙ୍କୁ ପିସିଆର ଭ୍ୟାନରେ ମେଡିକାଲ ନିଅନ୍ତୁ ବୋଲି ନେହୁରା ହୋଇଥିଲେ ଯୁବକ । ହେଲେ ପିସିଆର ଭ୍ୟାନ ପୋଲିସ ଯୁବକଙ୍କୁ ମେଡିକାଲ ନେବାକୁ ମନା କରିବା ସହ ତାଙ୍କୁ ନାଲି ଆଖି ଦେଖାଇଥିଲେ । କେବଳ ମନା କରିନଥିଲା ଓଲଟି ଆହତ ଯୁବକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ତାଙ୍କଠାରୁ ପଇସା ଆଦାୟ କରିଥିବା  ଜଣାପଡ଼ିଛି ।

ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଭଦ୍ରକ ପାଟ୍ରୋଲିଂ ଦାୟିତ୍ୱରେ ରହିଥିବା ସ୍ପେସିଆଲ ପୋଲିସ ଅଫିସର । ସାହଯ୍ୟ ମାଗିଥିବା ଯୁବକଙ୍କୁ ଓଲଟି ଗାଡ଼ିରେ ବସ, ଥାନାକୁ ଚାଲ ବୋଲି କହି ହାତ ଉଠାଇ ମାରିବାକୁ ଧମକ ଦେଉଛନ୍ତି । ପୋଲିସର ଧମକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଭଦ୍ରକ ପୁଲିସକୁ ନିନ୍ଦିତ ହେବାକୁ ପଡ଼ିଛି । ଭିଡ଼ିଓ ଭାଇରାଲ ପରେ ଭଦ୍ରକ ଏସପି ମନୋଜ କୁମାର ରାଉତ ତଦନ୍ତ କରି ରିପୋର୍ଟ ଦେବାକୁ ଅତିରିକ୍ତ ଏସପିଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ।

 

Tags: