ତ୍ରାହି ପାଇବେନି ଅମାନିଆ, କମିଶନରେଟ ପୋଲିସର ଜୋରଦାର ଗାଡି ଚେକିଂ

ଗାଡ଼ି ପଞ୍ଜିକରଣ ଓ ମାଲିକାନା ପରିବର୍ତ୍ତନ କ୍ଷେତ୍ରରେ ଆଧାର କାର୍ଡ ବାଧ୍ୟତାମୂଳକ

ତ୍ରାହି ପାଇବେନି ଅମାନିଆ, କମିଶନରେଟ ପୋଲିସର ଜୋରଦାର ଗାଡି ଚେକିଂ
Samaya Live News Picture
Published On

କଟକ : ସୁଧୁରି ଯାଆନ୍ତୁ ଅମାନିଆ ଗାଡ଼ି ଚାଳକ । ଏଣିକି ସିଧା ଜବତ ହେବ ଗାଡ଼ି । ଆଉ ତ୍ରାହି ପାଇବେନି ଟ୍ରାଫିକ ନିୟମ ଉଲ୍ଲଘଂନକାରୀ । ବାରମ୍ବାର ସଚେତନ ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁୱା ଚାଳକ । ସେମାନଙ୍କୁ ସାବାଡ କରିବା ପାଇଁ ରାଜ୍ୟରେ ଜୋରଦାର ହୋଇଛି ଚେକିଂ । ବାରମ୍ବାର ଫିଟନେସ ସାର୍ଟିଫିକେଟ ବିନା ଧରାପଡ଼ିଲେ ଆରସି ବାତିଲ୍ ଓ ପରମିଟ୍ ରଦ୍ଦ ପାଇଁ ନିର୍ଦ୍ଦେଶ । କଟକ ମଲାଚଣ୍ଡିଆ ଛକରେ ଜୋରଦାର ଚେକିଙ୍ଗ । କଟକ ଆର୍ ଟି ଓ ଏବଂ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଚେକିଙ୍ଗ କରାଯାଉଛି ।

STA ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ଏହି ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ପ୍ରାୟ ୫୦୦ ଗାଡ଼ିକୁ ଜବତ କରାଯାଇସାରିଲାଣି । ଏହି ସ୍ପେଶାଲ ଡ୍ରାଇଭ୍ ରେ କଟକ ଆରଟିଓ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଅଞ୍ଚଳରୁ ୫୬ଟି ଗାଡ଼ିକୁ ଜବତ କରାଯାଇଛି । ଆଜି ମଧ୍ୟ କଟକ ଖାନାଗର ଛକରେ କଟକ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କଡା କଡି ଚେକିଂ କରାଯାଉଛି ।

ସେହିପରି, ଗାଡ଼ି ପଞ୍ଜିକରଣ ଓ ମାଲିକାନା ପରିବର୍ତ୍ତନ କ୍ଷେତ୍ରରେ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ଗାଡି ମାଲିକଙ୍କ ଠିକଣା ଭିନ୍ନ ରହୁଥିବାରୁ ତଦନ୍ତ ବେଳେ ପୋଲିସ ଓ ପରିବହନ ବିଭାଗ ବାଉଳା ହେଉଛି । କାରଣ ଗାଡି ମାଲିକର ପରିଚୟ ପତ୍ରରେ ଗୋଟିଏ ଠିକଣା ଥିବା ବେଳେ ଗାଡି କିଣିବା ବେଳେ ଦାଖଲ ହୋଇଥିବା କାଗଜ ପତ୍ରରେ ରହୁଛି ଅଲଗା ଠିକଣା । ବିଭିନ୍ନ ସ୍ଥାନରୁ ଏଭଳି ମାମଲା ସାମ୍ନାକୁ ଆସିବା ପରେ କଠୋର ହୋଇଛି ପରିବହନ ବିଭାଗ । ଏଥିପାଇଁ ଗାଡ଼ି ମାଲିକଙ୍କ ଠିକଣା, ପରିଚୟ ଓ ଆରଟିଓ ପରିସୀମା ଆଦିର କଡ଼ାକଡ଼ି ଯାଞ୍ଚ କରିବାକୁ ସବୁ RTOଙ୍କୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ । 

Tags: