ତିଖିରୀ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଜାରି

ତିଖିରୀ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଜାରି
Samaya Live News Picture
Published On

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତ ବିବାଦ ଘଟଣା । ସରପଞ୍ଚ ଚେମେଲୀ ଓଝାଙ୍କ ବିରୋଧରେ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି ଅନାସ୍ଥା ଭୋଟିଂ । ଅନାସ୍ଥା ଭୋଟିଂ କରିବା ପାଇଁ କେନ୍ଦ୍ରାପଡା ଉପଜିଲ୍ଲାପାଳ ପୂର୍ବରୁ ନୋଟିସ ଜାରି କରିଥିଲେ । 

ତିଖିରୀ ପଞ୍ଚାୟତର ମୋଟ ୨୨ ଜଣ ସଭ୍ୟସଭ୍ୟାଙ୍କ ମଧ୍ୟରୁ ୨୧ ଜଣ ୱାର୍ଡ ସଭ୍ୟସଭ୍ୟା ସମର୍ଥନ କରିଥିବା ସୂଚନା ମିଳିଛି । ଏବେ ସମସ୍ତଙ୍କ ନଜର ଆଜିର ଭୋଟିଂ ଉପରେ । 

ଜୁଲାଇ ୨୭ରେ ଉପଜିଲ୍ଲାପାଳ ଅନାସ୍ଥା ଆଣିଥିବା ୱାର୍ଡମେମ୍ବର ମାନଙ୍କର ଦସ୍ତଖତ ଯାଞ୍ଚ କରି ଆଜି ୧୩ ତାରିଖ ଦିନ ଭୋଟିଂ ପାଇଁ ଦିନ ଧାର୍ଯ୍ୟ କରିଥିଲେ l ତେବେ ଚାମେଲି ଉକ୍ତ ଅନାସ୍ଥା ପ୍ରସ୍ତାବ ବିରୁଦ୍ଧରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର କୋର୍ଟ ଏହାକୁ ବିଚାର କରି ଗତ ୧୧ ତାରିଖରେ ଏକ ଅନ୍ତରୀଣ ରାୟ ଦେଇଥିଲେ ଯେ ଅଗଷ୍ଟ ୧୩ ତାରିଖ ଦିନ ତିଖିରି ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ବୈଠକ ଓ ଭୋଟ ହେବ ହେଲେ ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ ନ ହେବା ପର୍ଯ୍ୟନ୍ତ ଫଳାଫଳ ପ୍ରକାଶନ ଉପରେ ରୋକ ଲଗାଇଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଦିନ ୧୧ଟା ସମୟରେ ୱାର୍ଡ ସଭ୍ୟମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଁଚି ଥିବାବେଳେ ଡେରାବିଶ ତହସିଲଦାର ସରୋଜକାନ୍ତ ନାୟକ ସଭା ପରିଚାଳନା କରୁଛନ୍ତି । ଭୋଟ ପରେ ସରପଞ୍ଚ ଚାମେଲି ଓଝା ନିଜ ପଦ ବଜାୟ ରଖିପାରୁଛନ୍ତି କି ନାହିଁ ଏହା ଉପରେ ରହିଛି ସମସ୍ତଙ୍କ ନଜର ।

Tags: