ଟିଏମସିରେ କୋଲକତା ଫେରନ୍ତା ବୃଦ୍ଧଙ୍କ ମୃତ୍ୟୁ

By Umakalyan Mohapatra ଭଦ୍ରକ,୧୦ା୦୬(ଜିପ୍ର):ଭଦ୍ରକ ଗତ ୨ଦିନ ମଧ୍ୟରେ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ପ୍ରଶାସନ ଆଶ୍ୱସ୍ତି ପ୍ରକାଶ କରୁଥିବା ବେଳେ ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ କୋରକୋରା ନୋଡାଲ ୟୁପି ସ୍କୁଲ ଟିଏମ୍‌ସି(ସଙ୍ଗରୋଧ କେନ୍ଦ୍ର)ରେ ଜଣେ ୬୦ବର୍ଷ ବୃଦ୍ଧଙ୍କ ମୃତ୍ୟì ହୋଇଛି । ତେବେ ଏହି ମୃତକ ଜଣଙ୍କ ୩ଘଣ୍ଟା ପୂର୍ବରୁ ସଂପୃକ୍ତ ଟିଏମସିରେ ଭର୍ତ୍ତି ହୋଇଥିଲେ । ମୃତକଙ୍କ ନାମ ରାଧାଶ୍ୟାମ ପାଣି ଓ ତାଙ୍କ ଘର କୋରକୋରା […]

Samaya Live Picture
Published On

By Umakalyan Mohapatra

ଭଦ୍ରକ,୧୦ା୦୬(ଜିପ୍ର):ଭଦ୍ରକ ଗତ ୨ଦିନ ମଧ୍ୟରେ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ପ୍ରଶାସନ ଆଶ୍ୱସ୍ତି ପ୍ରକାଶ କରୁଥିବା ବେଳେ ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ କୋରକୋରା ନୋଡାଲ ୟୁପି ସ୍କୁଲ ଟିଏମ୍‌ସି(ସଙ୍ଗରୋଧ କେନ୍ଦ୍ର)ରେ ଜଣେ ୬୦ବର୍ଷ ବୃଦ୍ଧଙ୍କ ମୃତ୍ୟì ହୋଇଛି । ତେବେ ଏହି ମୃତକ ଜଣଙ୍କ ୩ଘଣ୍ଟା ପୂର୍ବରୁ ସଂପୃକ୍ତ ଟିଏମସିରେ ଭର୍ତ୍ତି ହୋଇଥିଲେ । ମୃତକଙ୍କ ନାମ ରାଧାଶ୍ୟାମ ପାଣି ଓ ତାଙ୍କ ଘର କୋରକୋରା ଗାଁରେ । ଗତକାଲି କୋଲକତାରୁ ଫେରି ସେ ରାତି ୧୨ଟା ବେଳେ ଟିଏମ୍‌ସିରେ ଆସି ରହିଥିବା କଥା ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ଜେନା ସୂଚନା ଦେଇଛନ୍ତି । ରାତି ପ୍ରାୟ ୩ଟା ବେଳେ ତାଙ୍କ ମୃତ୍ୟìର ଖବର ପାଇ ସରପଞ୍ଚ ଶ୍ରୀମତୀ ଜେନା କେନ୍ଦ୍ରରେ ପହଞ୍ଚିଥିଲେ । ପରେ ପରେ ପ୍ରଶାସନକୁ ମୃତ୍ୟì ସମ୍ପର୍କୀତ ସୂଚନା ଦେଇଥିଲେ । ସକାଳେ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଓ ତହସିଲଦାର ଜ୍ୟୋତିବିକାଶ ଦାଶ, ଅତିରିକ୍ତ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ, ପୋଲିସ ଡିଏସ୍‌ପି ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ୍ୟì ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ପରେ କୋଭିଡ୍‌ ଗାଇଡ୍‌ ଲାଇନ ଅନୁସାରେ ମୃତକଙ୍କ ବ୍ୟବଚ୍ଛେଦ ଆଦି କାର୍ଯ୍ୟ କରାଯାଇଥିଲା । ତେବେ ମୃତ୍ୟì ସମ୍ପର୍କରେ ତହସିଲଦାର ଶ୍ରୀ ଦାଶ କହିଛନ୍ତି, ପୂର୍ବରୁ ମୃତକ ବିଭିନ୍ନରୋଗରେ ଆକ୍ରାନ୍ତ ଥିଲେ । ଅନ୍ୟପକ୍ଷରେ ଆଜି ଜିଲ୍ଲାରେ ଜଣେ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଜଣଙ୍କ ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିସିାଳୟ ଆସୋଲେସନରେ ଥିଲେ । ଏହି ଆକ୍ରାନ୍ତ ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା। ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ୧୫୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୫ଜଣ ସୁସ୍ଥ ହୋଇ ସାରିଛନ୍ତି। ୧୭ଜଣ ଆକ୍ରାନ୍ତ ଏବେ ଚିକିତ୍ସାଧିନ ଅଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି କିପରି ହ୍ରାସ ପାଇ ଜିଲ୍ଲା ସମ୍ପୂର୍ଣ୍ଣ କରୋନାମୁକ୍ତ ହେବ ସେଥିଲାଗି ସମସ୍ତଙ୍କ ସହଯୋଗ ଓ ସଚେତନତାକୁ ଜିଲ୍ଲାପାଳ ଜ୍ଞାନ ଦାସ ଗୁରୁତ୍ୱ ଦେଇଛନ୍ତି । ଆଜି ଏଥିଲାଗି ସହରରେ ଯାଞ୍ଚ ପ୍ରକିୟାକୁ କଡାକଡି କରାଯାଇଛି। ପୁଲିସ ବିଭିନ୍ନ ଛକରେ ମାସ୍କ ଚେକିଂକୁ ବ୍ୟାପକ କରାଯାଇଛି । ଆଜି ମାସ୍କ ନପିନ୍ଧିଥିବା ଲୋକଙ୍କ ଠାରୁ ମୋଟ ୬୨ ହଜାର ଯଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଗାଡି ଯାଞ୍ଚରେ ମୋଟ ୭୧ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି। ଏହା ଆଗାମୀ ଦିନରେ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।