ଜାମିନ ଆବେଦନ ଖାରଜ , ଗିରଫ ହେବେ ବିଦ୍ୟା ଭାରତୀ
ଭୁବନେଶ୍ୱର : ବହୁଚର୍ଚ୍ଚିତ ଆସିଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣା । ଗିରଫ ହେବେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ହାଇକୋର୍ଟ । ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ମାମଲାରେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି।
ସୂଚନାଯୋଗ୍ୟ ଯେ, ୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ ସୌମ୍ୟରଞ୍ଜନ। ପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିବା ପରେ ମାମଲାରେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ରୋଷେୟାଙ୍କ ନାଁ ଆସିଥିଲା। ମାମଲାରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ଆଇନଗତ ପ୍ରକ୍ରିୟା ଚାଲିଛି।
Tags:




