ଗିରଫ ହେଲେ ପୂର୍ତ୍ତ ବିଭାଗ ଏଇଇ
ମୟୁରଭଞ୍ଜ : ଭିଜିଲାନ୍ସ ଚଢ଼ାଉ ପରେ ଗିରଫ ହେଲେ ମୟୁରଭଞ୍ଜ ଜିଲ୍ଲା ବେତନଟୀ R&B ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି । ଗତକାଲି ତାଙ୍କର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଆଜି ଗିରଫ କରିଛି ବାଲେଶ୍ୱର ଭିଜିଲାନ୍ସ ଡିଭିଜନ । ତାଙ୍କ ନାଁରେ ୨୩ରୁ ଅଧିକ ପ୍ଲଟ୍ ରହିଛି । ଘରେ ରଖିଥିଲେ ୩୦୦ ଗ୍ରାମର ସୁନା ଗହଣା । ଦୁଇଟି ସ୍ଥାନରେ ସୁଉଚ୍ଚ କୋଠା ସହ ୫ ଏକର ଜାଗାରେ ଫାର୍ମ ହାଉସ୍ ରହିଛି । ୬୯ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ଗତକାଲି ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ୫ ଜଣ ଡିଏସ୍ ପି, ୮ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଥିଲେ ।
Tags:




