ଗତିପଥ ବଦଳାଉଛି ବାତ୍ୟା 'ଅକଵାନ' , ନରସାପୁର -ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା

ଗତିପଥ ବଦଳାଉଛି ବାତ୍ୟା 'ଅକଵାନ' , ନରସାପୁର -ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା
Samaya Live News Picture
Published On

ଭୁବନେଶ୍ୱର : ବାତ୍ୟାକୁ ନେଇ ନୂଆ ଅପଡେଟ । ବଦଳୁଛି 'ଅକଵାନ' ର ଗତିପଥ । ନରସାପୁର -ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା । ଗତକାଲି ଯାଏଁ ବାତ୍ୟାଟି ନେଲୋର ଓ ତୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଥିବାବେଳେ ପୁଣି ବଦଳିଛି ଗତିପଥ । ଉତ୍ତର ଆନ୍ଧ୍ର ଓ ୟେନମ ଏବଂ ଦକ୍ଷିଣ ଓଡିଶା ଉପକୂଳକୁ ନରସାପୁର ଏବଂ ପୁରୀ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। 

ଘଣ୍ଟା ପ୍ରତି ୭ କିମି ବେଗରେ ଆଗକୁ ବଢୁଛି ଅକ୍‌ୱାନ୍ । ବିଶାଖାପାଟଣା ଠାରୁ ୫୮୦ କିମି ଓ ଗୋପାଳପୁର ଠାରୁ ୭୧୦ କିମି ଏବଂ ପୁରୀ ଠାରୁ ୭୭୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା । ତେବେ ଅତି ଭୀଷଣ ବାତ୍ୟାର ସମ୍ଭାବନା ଟଳିଛି। ପ୍ରତିକୂଳ ପାଣିପାଗ ପରିସ୍ଥିତି ହେତୁ ସମ୍ଭାବନା ଟଳିଛି। ଭୀଷଣବାତ୍ୟା ଭାବେ ଉପକୂଳ ମୁହାଁ ହେବା ସମ୍ଭାବନା ରହିଥିବା ବେଳେ ଲ୍ୟାଣ୍ଡଫଲ ପରେ ମାଲକାନଗିରି ଭିତର ଦେଇ ଆଗକୁ ଯିବ। ପବନର ବେଗ ୧୦୦ରୁ ୧୧୦ ଓ ଝଟ୍‌କା ପବନ ୧୨୦ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Tags: