ଖୋର୍ଦ୍ଧା ଏସ୍ପିଙ୍କୁ କରୋନା: ରହିଲେ ହୋମ ଆଇସୋଲେସନରେ
ଭୁବନେଶ୍ୱର : ଅଗଷ୍ଟ ୬:ଖୋର୍ଦ୍ଧା ପୋଲିସ ଏସପିଙ୍କୁ କରୋନା । ସ୍ୱାବ୍ ଟେଷ୍ଟ ପରେ ଏସ୍ପି ଅଜୟ ପ୍ରତାପ ସ୍ୱାଇଁଙ୍କର କୋଭିଡ୍ -୧୯ ପଜିଟିଭ୍ ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି । କରୋନା ପଜିଟିଭ୍ ଜଣାପଡିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହୋମ ଆଇସୋଲେସନରେ ରହିଥିବା କହିଛନ୍ତି । ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲା, ହେଲେ ପୂର୍ବରୁ ତାଙ୍କ ଅଫିସର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା […]
ଭୁବନେଶ୍ୱର : ଅଗଷ୍ଟ ୬:ଖୋର୍ଦ୍ଧା ପୋଲିସ ଏସପିଙ୍କୁ କରୋନା । ସ୍ୱାବ୍ ଟେଷ୍ଟ ପରେ ଏସ୍ପି ଅଜୟ ପ୍ରତାପ ସ୍ୱାଇଁଙ୍କର କୋଭିଡ୍ -୧୯ ପଜିଟିଭ୍ ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି । କରୋନା ପଜିଟିଭ୍ ଜଣାପଡିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହୋମ ଆଇସୋଲେସନରେ ରହିଥିବା କହିଛନ୍ତି । ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲା, ହେଲେ ପୂର୍ବରୁ ତାଙ୍କ ଅଫିସର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ଅନ୍ୟ ଷ୍ଟାଫ୍ ଓ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା ବୋଲି ସେ ସୁଚନା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟାଳୟର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିଲେ । ସଂପୃକ୍ତ କର୍ମଚାରୀ ସଂକ୍ରମିତ ହେବାରୁ ଅନ୍ୟମାନଙ୍କର ସ୍ୱାବ୍ ନିଆଯାଇଥିଲା । ସ୍ୱାବ୍ ଟେଷ୍ଟରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁଙ୍କର ପଜିଟିଭ ଆସିଥିବା ଜଣାପଡ଼ିଥିଲା । ତାଙ୍କୁ ଡାକ୍ତର ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି ।




