କୋର୍ଟ ଉଡାଇଦେବାକୁ ବୋମା ଧମକ

କୋର୍ଟ ଉଡାଇଦେବାକୁ ବୋମା ଧମକ

କଟକ : କୋର୍ଟକୁ ଉଡାଇ ଦେବାକୁ ଆସିଲା ପୁଣି ବୋମା ଧମକ । କଟକ ଜିଲା କୋର୍ଟକୁ ବୋମାର ଉଡାଇଦେବାକୁ ଇ-ମେଲ ଦ୍ୱାରା ଧମକ ଆସିଥିବା ସୂଚନା ମିଳିଛି । ଧମକ ପରେ କୋର୍ଟ ପରିସରକୁ ଖାଲି କରାଯାଇ ଖାନତଲାସ ଜାରି ରହିଛି । ବୋମା ନିଷ୍କ୍ରିୟ ଦଳ ଦ୍ୱାରା ତଲାସୀ ଜାରି ରହିଛି । ତେବେ କିଏ ଏହି ମେଲ ପଠାଇଛି ତାହା ଜଣ ପଡ଼ିନାହିଁ । ଘଟଣାସ୍ଥଳରେ ଡଗ ସ୍କ୍ୱାର୍ଡ ସହ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର ନବୋଦୟ ସ୍କୁଲରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ପ୍ରିନ୍ସପାଲ ନିଲମ୍ଵିତ

ସେହିପରି, ପୁରୀ ଏବଂ ଫୁଲବାଣୀ କୋର୍ଟଙ୍କୁ ମଧ୍ୟ ସମାନ ଢଙ୍ଗରେ ଇ-ମେଲ ଆସିଥିବା ସୂଚନା ମିଳିଛି । ତନ୍ନ ତନ୍ନ କରି ଯାଞ୍ଚ ହେଉଛି କୋର୍ଟ ପରିସର । ଅଜଣା ମେଲ୍ ଆଇଡିରୁ ଫୁଲବାଣୀ କୋର୍ଟ କୁ ଏହି ଧମକ ଆସିଛି । ବମ୍ ସ୍କ୍ବାଡ ଘଟଣା ସ୍ଥଳରେ ପହଞ୍ଚି ସର୍ଚ ଆରମ୍ଭ କରିଛି । ଏହା ପୂର୍ବରୁ କୋର୍ଟ ପରିସରକୁ ଖାଲି କରା ଯାଇଛି । କୋର୍ଟ ମଧ୍ୟରେ କୋର୍ଟର କର୍ମଚାରୀ ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ମଧ୍ୟରେ ଭୟର ବାର୍ତ୍ତାବରଣ ଦେଖିବାକୁ ମିଳିଛି । 

ସମ୍ବନ୍ଧିତ ଖବର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଏହା ପୂର୍ବରୁ ଜାନୁଆରୀ ୮ ତାରିଖରେ ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ରାଜ୍ୟରେ ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ଆରମ୍ଭ ହୋଇଥିଲା ତନାଘନା । ସମ୍ବଲପୁର, ଦେବଗଡ଼ ଓ କଟକ ଜିଲ୍ଲା କୋର୍ଟରେ ବମ୍ ଓ ଡଗ୍ ସ୍କ୍ଵାଡ୍ ପହଞ୍ଚି ଖାନତଲାସୀ ହୋଇଥିଲା । ତେବେ ଏହା ଏକ ଫେକ ମେଲ ଥିଲା ବୋଲି ଜଣା ପଡିଥିଲା । 

ସମ୍ବନ୍ଧିତ ଖବର ନବୀନ ନିବାସରେ କଳିକେଶଙ୍କୁ ନେଇ ଚର୍ଚ୍ଚା !

Tags: