କୂଳ ଲଙ୍ଘୁଛି କରୋନା; ଓଡ଼ିଶାରେ ପୁଣି ୧୦୧ ପଜିଟିଭ ଚିହ୍ନଟ, ୫୩୮ରେ ପହଞ୍ଚିଲା

By Papu Mohanty ଭୁବନେଶ୍ୱର : May 13: ରାଜ୍ୟରେ କୁଳ ଲଙ୍ଘୁଛି କରୋନା । ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗି ଆଜି ରାଜ୍ୟରେ ୧୦୧ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଏତେ ସଂଖ୍ୟକ ପଜେଟିଭ୍‌ ଚିହ୍ନଟ ହେବା ଓଡ଼ିଶା ପାଇଁ ପ୍ରଥମ । ଗଞ୍ଜାମ ଜିଲ୍ଲାରୁ ୫୨, ବାଲେଶ୍ୱରରୁ ୩୩, ସୁନ୍ଦରଗଡ଼ରୁ ୭, ଯାଜପୁରରୁ ୭ ଏବଂ କେନ୍ଦୁଝରରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି […]

Samaya Live Picture
Published On

By Papu Mohanty

ଭୁବନେଶ୍ୱର : May 13: ରାଜ୍ୟରେ କୁଳ ଲଙ୍ଘୁଛି କରୋନା । ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗି ଆଜି ରାଜ୍ୟରେ ୧୦୧ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଏତେ ସଂଖ୍ୟକ ପଜେଟିଭ୍‌ ଚିହ୍ନଟ ହେବା ଓଡ଼ିଶା ପାଇଁ ପ୍ରଥମ । ଗଞ୍ଜାମ ଜିଲ୍ଲାରୁ ୫୨, ବାଲେଶ୍ୱରରୁ ୩୩, ସୁନ୍ଦରଗଡ଼ରୁ ୭, ଯାଜପୁରରୁ ୭ ଏବଂ କେନ୍ଦୁଝରରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ଗଞ୍ଜାମରେ ଆଜି ସର୍ବାଧିକ ୫୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୧୦ ହୋଇଛି । ଆଜି ନୂଆ ବଢିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୫୨ ଜଣ ଥିବାବେଳେ ବାଲେଶ୍ୱର ୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତିଛ ବାଲେଶ୍ୱରରେ ଏହି ନୂଆ ପଜିଟିଭଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଂଚିଛି ସେହିପରି ସୁନ୍ଦରଗଡ଼ର ଆକ୍ରାନ୍ତ ତାଲିକାରେ ୭ ଜଣ ନୂଆ ପଜିଟିଭ ସାମିଲ ହୋଇଛନ୍ତି । ଏହି ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେହିପରି କେନ୍ଦୁଝରରେ ୨ ଜଣ ନୂଆ କରୋନା ପଜିଟିଭଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହୋଇଥିଲାବେଳେ ଯାଜପୁରରେ ୭ ଜଣ ନୂଆ ପଜିଟିଭଙ୍କୁ ନେଇ ସଂଖ୍ୟା ୭୧ ହୋଇଛି ।