କୁହୁଡି ଯୋଗୁଁ ଭୁବନେଶ୍ୱରରୁ ୩ ବିମାନ ଉଡାଣ ବାତିଲ,୫ ବିଳମ୍ବ

କୁହୁଡି ଯୋଗୁଁ ଭୁବନେଶ୍ୱରରୁ ୩ ବିମାନ ଉଡାଣ ବାତିଲ,୫ ବିଳମ୍ବ

ଭୁବନେଶ୍ବର : ନୂଆବର୍ଷରେ କଲବଲ ବିମାନ ଯାତ୍ରୀ । ଘନ କୁହୁଡି ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ବାତିଲ ହେଉଛି ଗୋଟିଏ ପରେ ଗୋଟିଏ ବିମାନ । ଆଜି ସକାଳୁ ଦିଲ୍ଲୀ, ଅହମଦାବାଦ,କୋଲକତାକୁ ଉଡାଣ ଭରିବାକୁ ଥିବା ୩ଟି ବିମାନ ବାତିଲ ଏବଂ କଲକତା,ନୂଆଦିଲ୍ଲୀ,ବାରଣାସୀ,ବେଙ୍ଗାଲୁରୁ,ଅହମ୍ମଦାବାଦ ବିମାନ ଉଡାଣ ବିଳମ୍ବ ହୋଇଛି । ସେହିପରି ୧୫ଟି ବିମାନ ଉଡାଣ ସମୟ ବିଳମ୍ବିତ ହୋଇଛି । ପାଖାପାଖି ୨ ରୁ ୩ ଘଣ୍ଟା ଯାଏ ଅଧିକାଂଶ ବିମାନ ବିଳମ୍ବ ହୋଇଛି । ଯାହାକୁ ନେଇ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ଯାତ୍ରୀଙ୍କୁ ଅପଡେଟ ଦିଆଯାଇଛି । ତେଣୁ ଯାତ୍ରା ସମୟ ବଦଳି ଯାଇଥିବାରୁ ରାଜ୍ୟ ବାହାରକୁ ଯାଉଥିବା ଯାତ୍ରୀ ସମସ୍ୟାର ସାମ୍ନା କରିଛନ୍ତି । ଗତକାଲି ମଧ୍ୟ ଭୁବନେଶ୍ବରେ ଘନକୁହୁଡ଼ି ଯୋଗୁଁ ୫ଟି ବିମାନ ଉଡାଣ ବାତିଲ କରାଯାଇଥିଲା । 

ସମ୍ବନ୍ଧିତ ଖବର ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

Tags: