କାଲି ଠୁ ଚାଲିବ ମୋ ବସ;୭ ରୁଟ୍‌ରେ ବିନା ଏସି ବସ;ମାସ୍କ ପିନ୍ଧିବା ବାଧ୍ୟତାମୂଳକ

Edited by Papu Mohanty ଭୁବନେଶ୍ୱର :ମେ ୨୫ : କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାକୁ ମଙ୍ଗଳବାରଠୁ ଚାଲିବ ମୋ ବସ୍‌ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଏହି ସେବା ଉପଲବ୍ଧ ହେବ । ଆଗାମୀ ଦିନରେ ଅଧିକ ରୁଟ୍‌ରେ ଆହୁରି ବସ୍‌ ଚଳାଚଳ କରିବ ବୋଲି ଜଣାପଡ଼ିଛି । ଆସନ୍ତାକାଲି(ମଙ୍ଗଳବାର) ଠାରୁ ଟ୍ୱିନ ସିଟିରେ ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ମୋ ବସ ସେବା ଆରମ୍ଭ ହେବ । ତେବେ କୋଭିଡ୍‌ […]

Samaya Live Picture
Published On

Edited by Papu Mohanty

ଭୁବନେଶ୍ୱର :ମେ ୨୫ : କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାକୁ ମଙ୍ଗଳବାରଠୁ ଚାଲିବ ମୋ ବସ୍‌ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଏହି ସେବା ଉପଲବ୍ଧ ହେବ । ଆଗାମୀ ଦିନରେ ଅଧିକ ରୁଟ୍‌ରେ ଆହୁରି ବସ୍‌ ଚଳାଚଳ କରିବ ବୋଲି ଜଣାପଡ଼ିଛି ।
ଆସନ୍ତାକାଲି(ମଙ୍ଗଳବାର) ଠାରୁ ଟ୍ୱିନ ସିଟିରେ ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ମୋ ବସ ସେବା ଆରମ୍ଭ ହେବ । ତେବେ କୋଭିଡ୍‌ ଗାଇଡ୍‌ଲାଇନ ଆନୁଯାୟୀ, ବସ୍‌ରେ ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ । ସମସ୍ତ ସିଟ୍‌ରେ ଯାତ୍ରୀ ବସିଯାଇଥିଲେ, ଅଧିକା ଯାତ୍ରୀଙ୍କୁ ଉଠାଇବେ ନାହିଁ । ଏଥିପାଇଁ ସମସ୍ତ ଗାଇଡ ଓ କ୍ୟାପଟେନ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀଙ୍କ ପାଇଁ ମାସ୍କ ଲଗାଇବା ଅନିର୍ବାଯ୍ୟ ଏବଂ ବିନା ମାସ୍କରେ ପ୍ରବେଶ ନିଷେଧ । ଯାତ୍ରୀମାନେ ନିଜର ଯତ୍ନ ନେବା ସହିତ ଯାତ୍ରା ସମୟରେ ନିଜ ସାନିଟାଇଜର ନିଜ ସାଥିରେ ରଖିବାକୁ କୁହାଯାଇଛି ।
ଟିକଟର ସଠିକ ମୁଲ୍ୟ ମୁତାବକ ଖୁଚୁରା ଦେବାକୁ ମଧ୍ୟ କୁହାଯାଇଛି । ଆଗାମୀ ଦିନରେ ଡିଜିଟାଲ୍‌ ଟିକଟ୍‌ ବୁକିଙ୍ଗ ସେବାକୁ ଅଧିକ ସମୃଦ୍ଧ କରିବା ପାଇଁ ଏବଂ ଟଙ୍କାର ପ୍ରଚଳନକୁ କମ୍‌ କରିବା ପାଇଁ କ୍ରୁଟ୍‌ ତରଫରୁ ପ୍ରଚେଷ୍ଟା ଚାଲିଛି । ଖୁବ୍‌ଶୀଘ୍ର TଅP Pଅଙ ଈଅRଉ,ଖR ଈକ୍ସଉଊ ସେବା ଆରମ୍ଭ ହେବ । କରୋନା ସଂକ୍ରମଣ ସମୟରେ ଏଭଳି ବ୍ୟବସ୍ଥା ଯାତ୍ରୀ ଏବଂ ମୋ ବସ କର୍ମଚାରୀଙ୍କୁ ସୁରକ୍ଷିତ ରଖିବ । ସମସ୍ତ ବସ୍‌କୁ ପ୍ରତିଦିନ ସାନିଟାଇଜ କରାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ବିଷେଶ ଭୂତାଣୁ ନାସକ ଶୋଧକର ବ୍ୟବହାର କରାଯାଉଛି ବୋଲି କ୍ରୁଟ୍‌ କର୍ତ୍ତୃପକ୍ଷ କହିଛନ୍ତି ।
କେଉଁ ରୁଟ୍‌ରେ ଚାଲିବ ବସ୍‌ ?
ରୁଟ୍‌ ନମ୍ବର ୧୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଭାୟା ଏଜି ଛକ, ପଟିଆ ଦେଇ କଟକର ସିଡିଏରେ ପହଞ୍ଚିବ । ୧୧ ନଂ ରୁଟ୍‌ରେ ନନ୍ଦନ ବିହାରରୁ ଭାୟା ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, କଳ୍ପନା ଛକ ଦେଇ ଲିଙ୍ଗିପୁର, ୧୬ ନମ୍ବର ରୁଟ୍‌ରେ ମାଷ୍ଟରକ୍ୟାଣ୍ଟିନରୁ ବାହାରି ରସୁଲଗଡ଼, ବାଦାମବାଡ଼ି ଭାୟା ଦେଇ କଟକର ସିଡିଏ, ରୁଟ୍‌ ନଂ୨୦ରେ ମାଷ୍ଟରକ୍ୟାଣ୍ଟିନରୁ ଭାୟା ବାଣୀବିହାର, ବରମୁଣ୍ଡା ଦେଇ ଖୋର୍ଦ୍ଧା ନୂଆ ବସ୍‌ ଷ୍ଟାଣ୍ଡ, ୨୩ ନଂ ରୁଟ୍‌ରେ ମାଷ୍ଟରକ୍ୟାଣ୍ଟିନରୁ ବାହାରି ଭାୟା ଫାୟାର ଷ୍ଟେସନ ଦେଇ ସମ ହସ୍ପିଟାଲ, ୨୫ ନଂ ରୁଟରେ ଡୁମଡୁମାରୁ ଭାୟା ମାଷ୍ଟରକ୍ୟାଣ୍ଟିନ ଦେଇ ମଞ୍ଚେଶ୍ୱର ଏବଂ ରୁଟ୍‌ ନମ୍ବର ୨୭ରେ ମାଷ୍ଟରକ୍ୟାଣ୍ଟିନରୁ ଫାୟାର ଷ୍ଟେସନ, ବରମୁଣ୍ଡା ଭାୟା ଦେଇ ଏମ୍ସ ଛକରେ ପହଞ୍ଚିବ ବସ୍‌ । ଏହି ବସ୍‌ ଗୁଡ଼ିକ ଗନ୍ତବ୍ୟସ୍ଥଳକୁ ପହଞ୍ଚିବା ସମୟ ୩୦ ମିନିଟ ରହିଛି ।